fbpx

ଆଜିଠୁ ଦେଶରେ Modi 3.0: ଶପଥ ଗ୍ରହଣ ପରେ ପ୍ରଥମ ଏହି କାମ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୭.୧୫ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ । ୨.୦ ପରେ ଆଜିଠାରୁ ଦେଶରେ ଆରମ୍ଭ ହେବ ମୋଦୀ ୩.୦ । ତେବେ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ମୋଦୀ ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ନେଇ ଏକ ବୈଠକ କରିଛନ୍ତି । ଏହି ଆଲୋଚନାରେ ମୋଦୀ ନିଜ ଆଗାମୀ ମନ୍ତ୍ରୀମାନଙ୍କୁ ସରକାରଙ୍କ ଏଜେଣ୍ଡା ବୁଝାଇ ଦେଇଛନ୍ତି । ନୂଆ ସରକାର ଭାବରେ ଶପଥ ଗ୍ରହଣ ଉତ୍ସବ ପରେ ମନ୍ତ୍ରୀମାନଙ୍କର ପ୍ରଥମ କାମ କ’ଣ ରହିବ, ସେ ନେଇ ସମସ୍ତଙ୍କୁ ସୂଚାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ନୂଆ ସରକାରରେ ନୂଆ ମନ୍ତ୍ରୀମାନଙ୍କୁ ମୋଦୀ କହିଛନ୍ତି ଯେ, ‘ମନ୍ତ୍ରାଳୟ ସମ୍ଭାଳିବା ମାତ୍ରେ ଆପଣ ସମସ୍ତଙ୍କୁ କାମରେ ଲାଗିବାକୁ ହେବ ।’ ଏହାସହିତ ସମସ୍ତ ନୂଆ ମନ୍ତ୍ରୀମାନଙ୍କୁ ମୋଦୀ ୧୦୦ ଦିନର କାର୍ଯ୍ୟ ଯୋଜନା ବିଷୟରେ ମଧ୍ୟ ପ୍ଲାନ ଦେଇଛନ୍ତି, ଯାହାକୁ କାଯ୍ୟକାରୀ କରିବାକୁ ପଡ଼ିବ । ଏଥିରେ ବାକି ଥିବା ସମସ୍ତ ଯୋଜନାକୁ ଲାଗୁ କରିବା ସହ ଯେଉଁମାନଙ୍କୁ ଯେଉଁ ବିଭାଗ ମିଳିବ, ସେମାନଙ୍କୁ ସଠିକ ଭାବରେ ତୁଲାଇବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାଦ୍ୱାରା ଏନଡିଏ ଉପରେ ଲୋକମାନଙ୍କ ଭରସା ଆହୁରି ମଜବୁତ ହୋଇପାରିବ । ଶପଥ ଗ୍ରହଣ ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନାରେ ମୋଦୀ ନିଜ ଏଜେଣ୍ଡା ଉପସ୍ଥାପନା କରିଛନ୍ତି । ସେ କହିଛନ୍ତି ଯେ, ‘ଆପଣଙ୍କୁ ଯେକୌଣସି ପରିସ୍ଥିତିରେ ଲୋକଙ୍କ ଭରସା ଜିତିବାକୁ ପଡ଼ିବ । ଏଥିପାଇଁ ଆପଣ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ।

ସୂଚନା ଥାଉ କି, ଏହି କ୍ୟାବିନେଟରେ ଅନେକ ଚିହ୍ନା ଚେହେରା ସହିତ କିଛି ନୂଆ ନେତାଙ୍କୁ ମଧ୍ୟ ମୋଦୀ କ୍ୟାବିନେଟରେ ସାମିଲ କରାଯିବ । ଏହି କ୍ୟାବିନେଟରେ ପିଏମ ମୋଦୀ ନିଜର ସ୍ପେଶାଲ ୱାର୍କ ରିପୋର୍ଟ ଥିବା ନେତାଙ୍କୁ ସୁଯୋଗ ଦିଆଯାଇଛି । ମୋଦୀ କହିଛନ୍ତି ଯେ, ଶପଥ ଗ୍ରହଣ ପରେ ୨୪ ଘଣ୍ଟା ଦିଲ୍ଲୀରେ ହିଁ ରହିବାକୁ ହେବ । ଫଳରେ ଆବଶ୍ୟକ ପରିସ୍ଥିତିରେ ସେମାନେ ଅନ୍ୟ ବୈଠକରେ ସାମିଲ ହୋଇପାରିବେ । ଉତ୍ତରପ୍ରଦେଶର ୮ ଜଣ ସାଂସଦଙ୍କୁ ମୋଦୀ କ୍ୟାବିନେଟରେ ସାମିଲ କରାଯାଇଛି ।

Get real time updates directly on you device, subscribe now.