fbpx

ୱେସାକ୍‌ ବିଶ୍ୱ ସମାରୋହରେ ମୋଦିଙ୍କ ଆହ୍ୱାନ, ଆତଙ୍କବାଦକୁ ପରାସ୍ତ କରିବାକୁ ମିଳିତ ଲଢ଼େଇ ଜରୁରୀ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ବୁଧବାର ଆୟୋଜିତ ୱେସାକ୍‌ ବିଶ୍ୱ ସମାରୋହରେ ଭିଡିଓ କନଫରେନ୍ସିଂ ଜରିଆରେ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ମହାସଂଘର ସଦସ୍ୟ ଗଣ,ନେପାଳ ଓ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ଏବଂ କିରେନ
ରିଜିଜୁ, ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ମହାସଚିବ ଡ. ଧମ୍ମପିୟ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ୱେସାକ୍‌ ହେଉଛି ଏପରି ଏକ ଦିବସ ଯାହା ଭଗବାନ ବୁଦ୍ଧଙ୍କ ଜୀବନୀ ଏବଂ ଆମ ପୃଥିବୀର କଲ୍ୟାଣ ପାଇଁ ତାଙ୍କ ଉଚ୍ଚ ଆଦର୍ଶ ଓ ବଳିଦାନକୁ ସ୍ମରଣ କରିବାର ଅବସର । ଗତବର୍ଷର ୱେସାକ୍‌ କାର୍ଯ୍ୟକ୍ରମକୁ ସେ କୋଭିଡ-୧୯ ମହାମାରୀ ବିରୋଧୀ ଲଢ଼େଇରେ ମାନବତାର ନେତୃତ୍ୱ ନେଉଥିବା ସମସ୍ତ ଅଗ୍ରଣୀ ଯୋଦ୍ଧାମାନଙ୍କୁ ସମର୍ପିତ କରିଥିଲେ । ଏହାର ଗୋଟିଏ ବର୍ଷ ପରେ, କୋଭିଡ଼ -୧୯ ମହାମାରୀ ଆମକୁ ଛାଡ଼ି ଯାଇ ନାହିଁ ଏବଂ ଭାରତ ସମେତ, ଅନେକ ରାଷ୍ଟ୍ରରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରର ପ୍ରଭାବ ପଡ଼ିଛି । ଜୀବନ କାଳରେ ଥରେ ଆସୁଥିବା ଏପରି ମହାମାରୀ ଅଧିକାଂଶ ଲୋକଙ୍କ ଘରକୁ ଦୁଃଖ ଓ ସଂଘର୍ଷ ଡାକି ଆଣିଛି ଏବଂ ପ୍ରତ୍ୟେକ ରାଷ୍ଟ୍ରକୁ ପ୍ରଭାବିତ କରିଛି ବୋଲି ମୋଦି କହିଛନ୍ତି ।କରୋନା ମହାମାରୀ ଯୋଗୁଁ ଆର୍ଥିକ ପ୍ରଭାବ ବ୍ୟାପକ ଭାବେ ପଡ଼ିଛି ।

ଗତବର୍ଷ କେତେକ ଉଲ୍ଲେଖନୀୟ ସୁଧାର ଆସିଛି, ଯେପରିକି ମହାମାରୀକୁ ଭଲ ଭାବେ ବୁଝିବାରେ ସଫଳତା ମିଳିପାରିଛି ଓ ଆମର ଲଢ଼େଇ ଲାଗି ଆମର ସାମର୍ଥ୍ୟକୁ ବଢ଼ାଇବାକୁ ଆମେ ଏକ ଟିକା ପାଇପାରିଛୁ । ଏହା ଜୀବନ ରକ୍ଷା କରିବା ଓ ମହାମାରୀକୁ ପରାସ୍ତ କରିବା ପାଇଁ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ । ମାତ୍ର
ଗୋଟିଏ ବର୍ଷ ମଧ୍ୟରେ କୋଭିଡ-୧୯ ଟିକା ବିକଶିତ କରିଥିବାରୁ ସେ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ଏହା ମଣିଷମାନଙ୍କର ତପସ୍ୟା ଓ ସମର୍ପଣକୁ ପ୍ରଦର୍ଶିତ କରୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତିଯେ, ଭଗବାନ ବୁଦ୍ଧଙ୍କ ଜୀବନରେ ଚାରିଟି ଦୃଶ୍ୟ ତାଙ୍କୁ ମନୁଷ୍ୟଙ୍କ ଯନ୍ତ୍ରଣା ଦୂର କରିବା କରିବା ଲାଗି ନିଜ ଜୀବନକୁ ସମର୍ପିତ ଦେବା ନିମନ୍ତେ ଅନୁପ୍ରାଣିତକରିଥିଲା । ସେ କହିଥିଲେ ଯେ, ଗତବର୍ଷ ବହୁ ବ୍ୟକ୍ତିବିଶେଷ ଏବଂ ସଙ୍ଗଠନ ପରିସ୍ଥିତିର ଆହ୍ୱାନକୁ ସ୍ୱୀକାର କରି ମାନବ ସମାଜର ସଂଘର୍ଷକୁ ହ୍ରାସ କରିବା
ଲାଗି ସବୁକିଛି କରିବାକୁ ଆଗେଇ ଆସିଥିଲେ । ବୌଦ୍ଧ ସଙ୍ଗଠନ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ଦ୍ୱାରା ବିଭିନ୍ନ ସରଞ୍ଜାମ ଓ ସାମଗ୍ରୀ ଦାତବ୍ୟ ସଂସ୍ଥା ମାଧ୍ୟମରେ ଯୋଗାଇ ଦିଆ ଯାଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ- ୧୯ ମୁକାବିଲା କରିବା ସମୟରେ, ଜଳବାୟୁ ପରିବର୍ତ୍ତନ ଭଳି ମାନବ ସମାଜ ଭୋଗୁଥିବା ଅନ୍ୟ ସମସ୍ୟା ଗୁଡ଼ିକୁ ଅଣଦେଖା କରାଯିବା ଅନୁଚିତ୍‌ । ସେ ଆହୁରି କହିଥିଲେ ଯେ ବର୍ତ୍ତମାନ ପିଢ଼ିର ବେପରୁଆ ଜୀବନଶୈଳୀ ଭବିଷ୍ୟତ ପିଢ଼ି ପାଇଁ ବିଦ ସୃଷ୍ଟି କରିଛି । ତେଣୁ ଆମ ପୃଥିବୀକୁ କ୍ଷତାକ୍ତ ହେବାକୁ ନଦେବା ଲାଗି ସଙ୍କଳ୍ପ ନେବା ନିମନ୍ତେ ସେ ଆହ୍ୱାନ କରିଥିଲେ । ସେ ସ୍ମରଣ କରାଇ ଦେଇଥିଲେ ଯେ ଭଗବାନ ବୁଦ୍ଧ ଏପରି ଏକ ଜୀବନଶୈଳୀ ଉପରେ
ଜୋର ଦେଉଥିଲେ ଯେଉଁଠି ପ୍ରକୃତି ମାତାଙ୍କ ପ୍ରତି ସମ୍ମାନ ସର୍ବୋପରି ଥିଲା ।

ସେ ଘୋଷଣା କରିଥିଲେ ଯେ ପ୍ୟାରିସ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବା ଅଳ୍ପ କେତେକ ବୃହତ ଅର୍ଥବ୍ୟବସ୍ଥା ମଧ୍ୟରୁ ଭାରତ ଅନ୍ୟତମ । ସେ କହିଥିଲେ ଭାରତ ପାଇଁ, ଦୀର୍ଘସ୍ଥାୟୀ ଜୀବନଧାରଣ ଏକ ସଠିକ ବାକ୍ୟ ନୁହେଁ ବରଂ ସଠିକ୍‌ କାର୍ଯ୍ୟ ମଧ୍ୟ । ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରି କହିଥିଲେ ଯେ ଗୌତମ ବୁଦ୍ଧଙ୍କ ଜୀବନ ଶାନ୍ତି, ଭାଇଚାରା ଓ ସହାବସ୍ଥାନ ସହ ଜଡ଼ିତ ଥିଲା । କିନ୍ତୁ ଆଜି, ଏପରି କେତେକ ଶକ୍ତି ଅଛନ୍ତି ଯେଉଁମାନଙ୍କର ସ୍ଥିତି ଘୃଣା, ଆତଙ୍କବାଦ ଏବଂ ଅବିବେକୀତାପୂର୍ଣ୍ଣ ହିଂସା ସହ ଜଡ଼ିତ । ଏପରି ଶକ୍ତିମାନେ ଉଦାରବାଦୀ ଗଣତାନ୍ତ୍ରିକ ହିଂସାରେ ବିଶ୍ୱାସ କରନ୍ତି ନାହିଁ । ତେଣୁ ମାନବତାରେ ବିଶ୍ୱାସ କରୁଥିବା ଲୋକମାନେ ଆତଙ୍କବାଦ ଓ ଉଗ୍ରବାଦ ବିରୋଧରେ ମିଳିତ ଭାବେ ଲଢ଼େଇ କରିବା ଲାଗି ସେ ଆହ୍ୱାନ କରିଥିଲେ ।

ସେ କହିଥିଲେ, ଭଗବାନ ବୁଦ୍ଧଙ୍କ ଶିକ୍ଷା ଏବଂ ସାମାଜିକ ନ୍ୟାୟ ପ୍ରତି ଗୁରୁତ୍ୱାରୋପ କରାଯିବା ଦ୍ୱାରା ବିଶ୍ୱସ୍ତରରେ ଏକ ମିଳିତ ଶକ୍ତି ଭାବେ ଉଭା ହୋଇପାରିବ ।ପ୍ରଧାନମନ୍ତ୍ରୀ କହିଥିଲେ, ସମଗ୍ର ଜଗତ ପାଇଁ ଭଗବାନ ବୁଦ୍ଧ ଜ୍ଞାନର ଏକ ଭଣ୍ଡାର । ତାଙ୍କ ଠାରୁ ଆମେ ସମସ୍ତେ ବିଭିନ୍ନ ସମୟରେ କରୁଣା, ଜାଗତିକ ଉତ୍ତରଦାୟିତ୍ୱ ଏବଂ କଲ୍ୟାଣର ଆଲୋକ ପ୍ରାପ୍ତ କରିଥାଉ । ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧୃତ କରି ସେ କହିଥିଲେ, “ବାହ୍ୟ ଆବରଣକୁ ଅଣଦେଖା କରି ସତ୍ୟ ଓ ପ୍ରେମର ବିଜୟ ଉପରେ ବିଶ୍ୱାସ କରିବାକୁ ଶିକ୍ଷା ଦେଇଥିଲେ ।” ଏହି ଅବସରରେ ଭାଗବାନ ବୁଦ୍ଧଙ୍କ ଆଦର୍ଶରେ ଅନୁ ପ୍ରାଣିତ ହେବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ସର୍ବ ପ୍ରଥମେ ବି ତ୍ତିର ସାମ୍ନା କରୁଥିବା ଲୋକମାନେ, ଆଗଧାଡ଼ିର ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର, ନର୍ସ ଏବଂ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ଜଣାଇଥିଲେ ଯେଉଁମାନେ ପ୍ରତ୍ୟେକ ଦିନ ସମସ୍ତଙ୍କ ଜୀବନ ବଞ୍ଚାଇବା ଲାଗି ନିଜକୁ ବି ଦରେ ପକାଉଛନ୍ତି । ସେ ପୀଡ଼ିତ ଓ ନିଜର ପ୍ରିୟଜନମାନଙ୍କୁ ହରାଇଥିବା ଲୋକମାନଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ ।

Get real time updates directly on you device, subscribe now.