ଇନ୍ଦିରାଙ୍କ ରେକର୍ଡ ଭାଙ୍ଗିଲେ ମୋଦି, ସର୍ବାଧିକ ସମୟ PM ଆସନରେ ବସିଥିବା ନେତା ହେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଙ୍ଗିଲେ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ । ଶୁକ୍ରବାର ମୋଦି ୪,୦୭୮ କାର୍ଯ୍ୟ ଦିବସ ପୂରା କରିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବେ ୪୦୭୭ ଦିନ କାର୍ଯ୍ୟ କରିଛନ୍ତି । ଇନ୍ଦିରା ଗାନ୍ଧୀ ୧୯୬୬ ଜାନୁଆରୀ ଜାନୁଆରୀ ୨୪ରୁ ୧୯୭୭ ମାର୍ଚ୍ଚ ୨୪ ପର୍ଯ୍ୟନ୍ତ କାର୍ଯ୍ୟରେ ରହିଛନ୍ତି ।
ଇନ୍ଦିରାଙ୍କ ପଛରେ ପକାଇ ମୋଦି ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି ।

ଏହାବ୍ୟତୀତ ମୋଦି ଅନେକ ରେକର୍ଡର ଅଧିକାରୀ । ମୋଦି ହେଉଛନ୍ତି ସ୍ୱାଧୀନତା ପରେ ଜନ୍ମ ଗ୍ରହଣ କରିଥିବା ପ୍ରଥମ ବ୍ୟକ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି ।

ସେ ହେଉଛନ୍ତି ପ୍ରତମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ । ଏହାଛଡ଼ା ମୋଦି ପ୍ରଥମ ଅଣକଂଗ୍ରେସ ନେତା ଯେ, ୨ ପାଳି ଭାରତ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ।