fbpx

ଏଣକି ଆଉ ଖାଦ୍ୟଶସ୍ୟ ନଷ୍ଟ ହେବ ନାହିଁ, ବିଶ୍ୱର ସବୁଠାରୁ ବଡ ଶସ୍ୟ ସଂରକ୍ଷଣ ଯୋଜନାରେ ପ୍ରତି ବ୍ଲକରେ ନିର୍ମାଣ ହେବ ଭଣ୍ଡାର ଘର

Advertisement

ନୂଆଦିଲ୍ଲୀ:ଆମ ଦେଶରେ ଭଣ୍ଡାର ଘର ଅଭାବ କାରଣରୁ ବହୁ ଶସ୍ୟ ନଷ୍ଟ ହୋଇଯାଇଥାଏ । ଏହି କାରଣରୁୁ ଭାରତ ବିଭିନ୍ନ ଫସଲ ଅମଳ କ୍ଷେତ୍ରରେ ଏକ ଅଗ୍ରୀଣ ଦେଶ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ଖାଦ୍ୟଶସ୍ୟ ଅଭାବ ସମସ୍ୟାର ସମ୍ମୁଖୀନ ହୋଇଥାଏ । କିନ୍ତୁ ଏଣିକି ଆଉ ଏହି ସମସ୍ୟା ଉପୁଜିବ ନାହିଁ । କାରଣ ଏବେ ଦେଶର ପ୍ରତି ବ୍ଲକରେ ନିର୍ମାଣ ହେବ ଭଣ୍ଡାର ଘର । ବୁଧବାର ଆୟୋଜିତ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ସହକାରୀ କ୍ଷେତ୍ରରେ ଶସ୍ୟ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା ଲାଗି ଏକ ଲକ୍ଷ କୋଟି ଟଙ୍କାର ଏକ ବୃହତ୍ ଯୋଜନାକୁ ମଞ୍ଜୁରୀ ମିଳିଛି ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଆଜିର କ୍ୟାବିନେଟ୍ ବୈଠକରେ ସହକାରୀତା କ୍ଷେତ୍ରରେ ବିଶ୍ୱର ସବୁଠାରୁ ବୃହତ ଶସ୍ୟ ସଂରକ୍ଷଣ ଯୋଜନାକୁ ଅନୁମତି ଦେବା ଲାଗି ନିର୍ଣ୍ଣୟ ନିଆ ଯାଇଛି । ସେ କହିଛନ୍ତି ଏ ପର୍ଯ୍ୟନ୍ତ ଦେଶରେ ମୋଟ ୧୪୫୦ ଲକ୍ଷ ଟନ୍ ଭଣ୍ଡାର କ୍ଷମତା ରହିଛି । ଏବେ ଏଥିରେ ୭୦୦ ଲକ୍ଷ ଟନ୍ ଭଣ୍ଡାର କ୍ଷମତା ଆହୁରି ବୃଦ୍ଧି କରାଯିବ । ଏହାପରେ ମୋଟ ଭଣ୍ଡାର କ୍ଷମତା ୨୧୫୦ ଲକ୍ଷ ଟନ୍ ରେ ପହଞ୍ôଚବ । ଆମେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବିନିମୟରେ ବିଶ୍ୱର ସବୁଠାରୁ ବଡ ଶସ୍ୟ ସଂରକ୍ଷଣ ଯୋଜନା ଆରମ୍ଭ କରିବାକୁ ଯାଉଛୁ । ପିଏମ୍ ଭିଜନ ଅନୁରୂପ ସହକାରୀ ସମିତି ସବୁକୁ ଗତିଶୀଳ କରିବାକୁ ବହୁ ପଦକ୍ଷେପ ନିଆଯାଇଛି । ପ୍ରତି ବ୍ଲକରେ ୨୦୦୦ଟନ୍ ଭଣ୍ଡାର କ୍ଷମତା ବିଶିଷ୍ଟ ଗୋଦାମ ଘର ନିର୍ମାଣ କରାଯିବ ।

ଅନୁରାଗ ଠାକୁର କହିଛନ୍ତି ଭାରତ ବିଶ୍ୱରେ ଖାଦ୍ୟଶସ୍ୟର ସବୁଠାରୁ ବଡ ଉତ୍ପାଦକ ମଧ୍ୟରୁ ଗୋଟିଏ । ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସମସ୍ତ ବଡ ଉତ୍ପାଦକ ଦେଶ ଯେପରିକି ଚୀନ୍, ଆମେରିକା, ବ୍ରାଜିଲ, ରୁଷ, ଆର୍ଜେଣ୍ଟିନା ଆଦି ଦେଶ ନିକଟରେ ବାର୍ଷିକ ଉତ୍ପାଦନ ଠାରୁ ଅଧିକ ଭଣ୍ଡାର କ୍ଷମତା ରହିଛି । କିନ୍ତୁ ଭାରତରେ ଖାଦ୍ୟଶସ୍ୟ ସଂରକ୍ଷଣ କ୍ଷମତା ବାର୍ଷିକ ଉତ୍ପାଦକର କେବଳ ୪୭ ପ୍ରତିଶତ । ଫଳରେ ଶସ୍ୟ ନଷ୍ଟ ହେଉଛି ଓ କୃଷକଙ୍କୁ ଅଭାବୀ ବିକ୍ରୀ କରିବାକୁ ପଡୁଛି ।

Get real time updates directly on you device, subscribe now.