fbpx

ଭାରତକୁ ଫିଟ ରଖିବା ପାଇଁ CBIର କାର୍ଯ୍ୟକ୍ରମ: ସତ ହେବ ମୋଦିଙ୍କ ଆହ୍ୱାନ

ଏବେ ଭାରତ ରହିବ ସମ୍ପୂର୍ଣ୍ଣ ଫିଟ । ଦେଶର ପ୍ରତିଟି ନାଗରିକ ବି ରହିବେ ଏକଦମ ଫିଟ । ଯାହାକୁ ନେଇ ଅପରେସନ ଆରମ୍ଭ କରିଛି ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବା ସିବିଆଇ । ଆରମ୍ଭ କରୁଛି ସଚେତନତା କାର୍ୟ୍ୟକ୍ରମ । ଓଡ଼ିଶା ସିବିଆଇ ପକ୍ଷରୁ ଫିଟ ଇଣ୍ଡିଆ ଫ୍ରିଡମ ରନ ମାରାଥନ ଦୌଡ଼ କାର୍ଯ୍ୟକ୍ରମ କରାଯାଇ ଫିଟ ରହିବାକୁ ବାର୍ତ୍ତା ଦିଆଯାଇଛି ।

ସିବିଆଇ କାର୍ଯ୍ୟାଳୟରୁ ମାରାଥନ କାର୍ଯ୍ୟକ୍ରମ ବାହାରି ରାଜ୍ୟପାଳଙ୍କ ବାସଭବନ ଦେଇ ପୁଣି ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସାରା ଦେଶ ଏବେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ପ୍ରତିଟି ବ୍ୟକ୍ତି ସୁସ୍ଥ ରହିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ସଂସ୍ଥା ପାଳନ କରୁଛି । ଏହି ପରୀପ୍ରେକ୍ଷୀରେ ଓଡିଶା ସିବିଆଇ ପକ୍ଷରୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି। ଆଜି ସମସ୍ତ ସିବିଆଇ ଅଧିକାରୀ, ତାଙ୍କ ପରିବାର ବର୍ଗ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି। ଫିଟ ରହିବା ପାଇଁ ମାରାଥନ କରିବାକୁ ସମସ୍ତଙ୍କୁ କହିଛନ୍ତି ସିବିଆଇ ସିନିୟର ସୁପରିଟେଣ୍ଡେଣ୍ଟ ଅଫ୍ ପୁଲିସ ମନିଷ ଭି ଶ୍ରୁତି ।

ପ୍ରତିଟି ବ୍ୟକ୍ତି ଫିଟ ରହିଲେ ଦେଶ ମଧ୍ୟ ଫିଟ ରହିବ। ଏହି କାର୍ଯ୍ୟକ୍ରମରେ ଡେପୁଟି ଏପି ବି ସାମଲ, ଡିସିପି ଦିବାକର ମିଶ୍ର, ସିବିଆଇ ଇନ୍ସପେକ୍ଟର ରାଜେଶ କୁମାର ପ୍ରଧାନ ଏବଂ ଇନ୍ସପେକ୍ଟର ପି. କେ ମିଶ୍ର ଉପସ୍ଥିତ ରହିଥିଲେ।

Get real time updates directly on you device, subscribe now.