fbpx

ଖୁବ ଶୀଘ୍ର ଖୋଲିବ ‘ମୋଦୀ ଗ୍ୟାଲେରୀ’, ପ୍ରଦର୍ଶିତ ହେବ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଲବ୍ଧି

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଖୋଲିବ ‘ମୋଦୀ ଗ୍ୟାଲେରୀ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ପ୍ରମୁଖ ଉପଲବ୍ଧି ଗୁଡ଼ିକୁ ଏହି ଗ୍ୟାଲେରୀ ପ୍ରଦର୍ଶିତ କରାଯିବ । ଅଧିକାରୀକ ସୂଚନାରୁ ପ୍ରକାଶ ଯେ ଜାନୁଆରୀ ୧୬ ପାଖାପାଖି ଏହି ଗ୍ୟାଲେରୀ ଖୋଲାଯିବାର ସମ୍ଭାବନା ରହଛି । ଅଯୋଧ୍ୟାରେ ହେବାକୁ ଥିବା ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ତଳ ମହଲାରେ ଏହି ଗ୍ୟାଲେରୀ ଉଦ୍‌ଘାଟିତ ହେବ ।
ପ୍ରଧାନମନ୍ତ୍ରୀ ସଂଗ୍ରାହଳୟ ଏବଂ ପୁସ୍ତକାଳୟର କାର୍ଯ୍ୟକାରୀ ପରିଷଦର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି,‘ଏହି ଗ୍ୟାଲେରୀ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଜାନୁଆରୀ ୧୬ ବା ୧୭ରେ ଲୋକମାନେ ଗ୍ୟାଲେରୀ ପରିଦର୍ଶନ କରିପାରିବା ନେଇ ଆମେ ଆଶାୟୀ ଅଛୁ । ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମେଦୀ କାର୍ଯ୍ୟଭାର ସମ୍ଭାଳିବା ପର ଠାରୁ ୨୦୨୨ ଶେଷ ପର୍ଯ୍ୟନ୍ତ ତାଙ୍କର ପ୍ରମୁଖ ଉପଲବ୍ଧି ଗୁଡ଼ିକୁ ଏହି ଗ୍ୟାଲେରୀରେ ପ୍ରଦର୍ଶିତ କରାଯିବ’ ବୋଲି କହିଥିଲେ ଶ୍ରୀ ମିଶ୍ର । କହିରଖୁଛୁ ୨୭୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ସଂଗ୍ରହାଳୟ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କୁ ଉତ୍ସର୍ଗ କରାଯାଇଛି । ପୂର୍ବରୁ ଜବାହରଲାଲ ନେହରୁ ନାମରେ ପରିଚିତ ଏହି ସଂଗ୍ରହାଳୟ ନୂତନ ସଂଗ୍ରହାଳୟ ସହ ମିଶ୍ରଣ କରାଯାଇଛି । ଏଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମରେ ଏକ ଗ୍ୟାଲେରୀ ମଧ୍ୟ ରହିଛି ।

Get real time updates directly on you device, subscribe now.