fbpx

ଉ‌ଜ୍ଜୈନରେ ମହାକାଳ ଲୋକ କରିଡରର ଉଦଘାଟନ କଲେ ମୋଦୀ

ଉ‌ଜ୍ଜୈନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉ‌ଜ୍ଜୈନରେ ମହାକାଳ ଲୋକ କରିଡରର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ମୋଦୀ ମହାକାଳ ମନ୍ଦିରରେ ପୂଜା କରିଥିଲେ । ସେ ଗର୍ଭଗୃହରେ ମନ୍ତ୍ର ଜପ କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିବା ଦେଖାଯାଇଥିଲା। ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଉଜ୍ଜୈନରେ ପହଞ୍ଚି ପ୍ରଥମେ ନନ୍ଦୀଙ୍କ ଦର୍ଶନ କରିଥିଲେ ଏବଂ ପରେ ମହାକାଳଙ୍କ ଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଥିବା ମହାକାଳ ମନ୍ଦିରରେ ପ୍ରାର୍ଥନା କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିବା ଦେଖାଯାଇଥିଲା।

ପାରମ୍ପରିକ ପୋଷାକ ପିନ୍ଧି ପ୍ରଧାନମନ୍ତ୍ରୀ ଏହି ସବୁ କାମ କରିଥିବା ‌ଦେଖିବାକୁ ମିଳିଥିଲା। ପ୍ରତିଟି କାର୍ଯ୍ୟକ୍ରମ ପାଇଁ ସେ ଭିନ୍ନ ଭିନ୍ନ ପୋଷାକ ପରିଧାନ କରିଥିଲେ। ସୂଚନା ମୁତାବକ, ଶ୍ରୀ ମହାକାଳ ଲୋକ କରିଡରରେ ୮୫୬କୋଟି ଟଙ୍କା ଖର୍ଚ୍ଚ କରାଯାଇ ଦୁଇଟି ପର୍ଯ୍ୟାୟରେ ଏହାର ନିର୍ମାଣ କରାଯାଉଛି। ୨.୮ ହେକ୍ଟର ଉପରେ ବିସ୍ତାରିତ ମହାକାଳ ମନ୍ଦିରର ପରିସର ୪୭ହେକ୍ଟର ହେବ। ଏଥିରେ ୯୪୬ମିଟରର ଲମ୍ବା କରିଡର ରହିଛି, ଯାହା ଉପରେ ଚାଲି ଚାଲି ଭକ୍ତମାନେ ଗର୍ଭଗୃହରେ ପହଞ୍ଚିବେ। ମହାକାଳ ଲୋକରେ ଭଗବାନ ଶିବଙ୍କ ଲୀଳା ଉପରେ ଆଧାରିତ ୧୯୦ଟି ପ୍ରତିମା ସ୍ଥାପନ କରାଯାଇଛି। ଏହା ବ୍ୟତୀତ ୧୦୮ଟି ସ୍ତମ୍ଭ ସ୍ଥାପିତ ହୋଇଛି। ଏହା ସହ ଏହି ପରିସରରେ ୧୮ଫୁଟର ୮ଟି ବଡ ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି।

Get real time updates directly on you device, subscribe now.