ଆଜି ଆସୁଛନ୍ତି ମୋଦୀ: ବ୍ଲୁ-ବୁକ୍ ଅନୁଯାୟୀ କଡ଼ା ସୁରକ୍ଷା ବ୍ୟବସ୍ଥା, ଦାୟିତ୍ୱରେ ୫୦୦ ଅଧିକାରୀ
ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍ଘାଟନ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ଵରରେ ପହଞ୍ଚିବେ। ରାତି ପ୍ରାୟ ୮ଟା ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରି ରାଜଭବନ ଯିବେ। ଗୁରୁବାର ସମ୍ମିଳନୀକୁ ଉଦ୍ଘାଟନ କରିବ।
ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍ଘାଟନ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ଵରରେ ପହଞ୍ଚିବେ। ରାତି ପ୍ରାୟ ୮ଟା ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରି ରାଜଭବନ ଯିବେ। ଗୁରୁବାର ସମ୍ମିଳନୀକୁ ଉଦ୍ଘାଟନ କରିବ।
ସକାଳ ୯.୪୫ ରେ ରାଜଭବନରୁ ଜନତା ମଇଦାନ ଯିବେ ଏବଂ ୯ଟା ୫୫ରେ ଜନତା ମଇଦାନରେ ପହଞ୍ଚିବା ପରେ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ସାମିଲ ହେବେ। ଏହାପରେ ଦିନ ୧୧ଟା ୫୫ରେ ଦିଲ୍ଲୀ ଅଭିମୁଖେ ବାହାରି ଯିବେ।
ସେହିପରି ୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଆସିବେ। ଏହାଛଡ଼ା ବହୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଭିଭିଆଇପି ବି ସାମିଲ ହେବେ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀଙ୍କ ରାଜଭବନ ଆସିବା ସମୟରେ ରାସ୍ତାରେ ବହୁ ଲୋକଙ୍କ ସମାଗମ ନେଇ ସମ୍ଭାବନା ରହିଛି।
ଏହି ସମୟରେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ଦେଖା ନଯାଏ, ସେଥିପାଇଁ କମିସନରେଟ୍ ପୋଲିସ କିଭଳି ସାମ୍ନା କରିବାକୁ ହେବ ଏଥିପାଇଁ କମିସନରେଟ୍ ପୋଲିସ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଥିପାଇଁ ସାରା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୋଲିସ ଡିଜି ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ବେଳେ ପୁଲିସ କମିସନର ଏସ୍ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଡିସିପି ପିନାକ ମିଶ୍ରଙ୍କ ନେତୃତ୍ବରେ ୫୦୦ରୁ ଊର୍ଦ୍ଧ୍ବ ଅଧିକାରୀ ଦାୟିତ୍ଵରେ ରହିଛନ୍ତି।
ସେହିପରି ୮୩ ପ୍ଲାଟୁନ୍ ପୋଲିସ ବଳ ସାଙ୍ଗକୁ ଏସ୍ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡସ୍ଟାର୍ଡ, କେନ୍ଦ୍ରୀୟ ଗୁଇନ୍ଦା, ସିଏପିଏଫ୍, ଷ୍ଟ୍ରାଇକିଂ ଫୋର୍ସ, ଆଣ୍ଟି ସାବୋଟେଜ୍ ଟିମ୍, ଆଣ୍ଟି ଟେରରିଷ୍ଟ ଟିମ୍, ଅଗ୍ନିଶମ ଟିମ୍ ପୂରା ସଜାଗ ରହିଛନ୍ତି। ବ୍ଲୁ-ବୁକ୍ ଅନ୍ତର୍ଗତ ସୁରକ୍ଷା ନେଇ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ସୂଚନା ମିଳିଛି।