PM Modi In China: ଚୀନରେ ମୋଦୀ କ୍ରେଜ୍, ନମ୍ବର ୱାନରେ କରୁଛନ୍ତି ଟ୍ରେଣ୍ଡ, ସୋସିଆଲ ମିଡିଆ ମୋଦୀମୟ
ଚୀନ ସୋସିଆଲ ମିଡିଆରେ ମୋଦୀ କଲେ ଟ୍ରେଣ୍ଡ
ନୂଆଦିଲ୍ଲୀ: ବଢ଼ୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରୀୟତା। କେବଳ ଭାରତ କିମ୍ବା ଆମେରିକା-ବ୍ର୍ରିଟେନ ପର୍ଯ୍ୟନ୍ତ ଏହା ସୀମିତ ରହିନାହିଁ। ଏବେ ଏହି ଲିଷ୍ଟରେ ଚୀନର ନାଁ ମଧ୍ୟ ସାମିଲ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଚୀନ ଗସ୍ତରେ ଅଛନ୍ତି। ଯେଉଁଠାରେ ସେ ଏସସିଓ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ।
ଏହି ଅବସରରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ସହିତ ଭେଟଘାଟ କରିଥିଲେ ମୋଦୀ। ଜୀନପିଙ୍ଗ ମଧ୍ୟ ତାଙ୍କ ସହ ବେଶ ଖୁସିରେ ଭେଟିଥିଲେ। ଯାହା ପରେ ମୋଦୀ ଚୀନର ସୋସିଆଲ ମିଡିଆରେ ରାଜ କରୁଛନ୍ତି। ସେଠାକର ଟ୍ୱିଟର କୁହାଯାଉଥିବା ୱେଇବୋରେ ମୋଦୀଙ୍କ ଚର୍ଚ୍ଚା ଜୋର ଧରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଚିନ୍ ଗସ୍ତରେ ଯାଇଥିଲେ। ଯେଉଁଠାରେ ମୋଦୀଙ୍କୁ ଚୀନର ପ୍ରତିଷ୍ଠିତ କାର ମେଡ ଇନ୍ ଚାଇନା ହୋଙ୍ଗୀ କାର ଯୋଗାଇ ଦିଆଯାଇଥିଲା।
ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ସରକାରୀ ଗସ୍ତରେ ଏହି କାର ବ୍ୟବହାର କରନ୍ତି। ଏହା ସହ ସବୁଠୁ ବଡ଼ କଥା ହେଉଛି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ କାରରେ ବୈଠକୁ ଯାଇଥିଲେ।
ଏହି କାରଟି ଅଓରସ୍ କାର ଥିଲା। ଏହା ପୁଟିନ୍ଙ୍କ କାରଥିଲା, ଯେଉଁଥିରେ ଚୀନର ନମ୍ବର ପ୍ଳେଟ ଥିଲା।
ଚୀନ ସୋସିଆଲ ମିଡିଆରେ ମୋଦୀ କଲେ ଟ୍ରେଣ୍ଡ
ଯେଉଁ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ, ପୁଟିନ୍ ଏକାଠି କାରରେ ବସିଥିଲେ ସେହି ସମୟରେ ଚୀନ୍ ଟ୍ୱିଟର ୱେଇବୋରେ ଟ୍ରେଣ୍ଡ କରିଥିଲେ ମୋଦୀ। ନମ୍ବର ୱାନରେ ମୋଦୀ କରୁଥିଲେ ଟ୍ରେଣ୍ଡ।
ଏହା ଛଡ଼ା ମୋଦୀଙ୍କୁ ଚୀନର ସର୍ଚ୍ଚ ଇଞ୍ଜନ ବାଇଡୁରେ ମଧ୍ୟ ୧ ନମ୍ବରରେ ଟ୍ରେଣ୍ଡ କରୁଛନ୍ତି ମୋଦୀ। ମୋଦୀ, ପୁଟିନ୍ଙ୍କ ଆଲିଙ୍ଗନ ଏବଂ ହାତ ଧରି କଥାବାର୍ତ୍ତା ହେଉଥିବା ସମୟର ଫଟୋ ମଧ୍ୟ ଏବେ ବାଇଡୁରେ ଟ୍ରେଣ୍ଡ କରୁଛି। ଚୀନରେ ମୋଦୀଙ୍କୁ ନେଇ ବେଶ ଚର୍ଚ୍ଚା ହେଉଛି।
ମୋଦୀ ଚୀନରେ କ’ଣ କହିଥିଲେ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସସିଓ ବେଠକରେ ଆତଙ୍କବାଦକୁ ଦୁନିଆର ସବୁଠାରୁ ବଡ଼ ବିପଦ ବୋଲି କହିଥିଲେ। ଏହି ସମୟରେ ସେ ପହଲଗ୍ରାମର ଘଟଣା ମଧ୍ୟ କହିଥିଲେ।
ଭାରତ ଗତ ଚାରି ଦଶନ୍ଧି ଧରି ଆତଙ୍କବାଦର ଆକ୍ରମଣରେ ସମ୍ମୁଖୀନ ହେଉଛି। ମୋଦୀ ପ୍ରଶ୍ନ ଉଠାଇଥିଲେ ଆତଙ୍କବାଦୀଙ୍କୁ କିଛି ଦେଶର ଖୋଲା ସମର୍ଥନ କିପରି ଗ୍ରହଣ କରାଯାଉଛି। ଆମେ ମିଳିମିଶି ଆତଙ୍କବାଦୀଙ୍କୁ ବିରୋଧ କରିବା ଦରକାର। ଏହା ମାନବତା ପ୍ରତି ଆମର ଦାୟିତ୍ୱ।