fbpx
BSKY SKY
BSKY SKY

DA Hike ଓ Arrear ନେଇ ଆସିଲା ଚୂଡ଼ାନ୍ତ ଅପଡେଟ୍! ଦେଶବାସୀଙ୍କୁ ନବରାତ୍ରୀ ଉପହାର ଦେବେ ମୋଦୀ

BSKY

ନୂଆଦିଲ୍ଲୀ: ଯଦି ଆପଣମାନେ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧିକୁ ନେଇ ଚିନ୍ତିତ ରହିଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆସନ୍ତା ନବରାତ୍ରି ଅବସରରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆସନ୍ତା ମାସ ୨୮ ତାରିଖରେ ତୃତୀୟ ନବରାତ୍ରି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବଡ଼ ଉପହାର ଦେଇପାରନ୍ତି ବୋଲି କୁହାଯାଉଛି ।

ତେବେ ରିପୋର୍ଟ ମୁତାବକ, ଏହି ଘୋଷଣା ଫଳରେ କର୍ମଚାରୀଙ୍କର ଡିଏ ୪ ପ୍ରତିଶତ ବଢ଼ିବା ଫଳରେ ମୋଟ ଡିଏ ୩୮ ପ୍ରତିଶତରେ ପହଞ୍ଚିଯିବ । ଏଥିସହିତ ଅକ୍ଟୋବର ମାସରେ ପୂର୍ବ ଦୁଇ ମାସର ଏରିୟର ମିଳିବ । ଯଦି ବୃର୍ଦ୍ଧିତ ହିଏ ଗତ ଜୁଲାଇ ୧ରୁ ଲାଗୁ ହୁଏ ତେବେ କର୍ମଚାରୀଙ୍କୁ ସାଲାରି ସହିତ ଅଧିକ ବେନିଫିଟ୍ ମିଳିବ ।

ସପ୍ତମ ବେତନ କମିସନଙ୍କ ରିପୋର୍ଟ ମୁତାବକ, ଯଦି ଆପଣଙ୍କର ବେସିକ ସାଲାରି ୩୧,୫୫୦ ଟଙ୍କା ରହିଛି ତେବେ ଡିଏ ୩୮ ପ୍ରତିଶତ ବଢ଼ିବା ଫଳରେ ମହଙ୍ଗା ଭତ୍ତା ବାବଦକୁ ୧୧,୯୮୯ ଟଙ୍କା ଆସିବ । ସେହିପରି ମାସିକ ବେତନରେ ୧୨୬୨ ଟଙ୍କା, ବାର୍ଷିକ ବେତନରେ ୧୫,୧୪୪ ଟଙ୍କା ବୃଦ୍ଧି ଘଟିବ । ଏଥିସହିତ ଯଦି ଆପଣଙ୍କର ବେସିକ ସାଲାରି ୧୮,୦୦୦ ଟଙ୍କା ତେବେ ଆପଣଙ୍କ ଡିଏ ମୋଟ ୬୮୪୦ ଟଙ୍କା ବୃଦ୍ଧି ହେବ । ଅର୍ଥାତ ଆପଣଙ୍କ ମାସିକ ସାଲାରି ୭୨୦ ଟଙ୍କା ବୃଦ୍ଧି ହେବ ।

Get real time updates directly on you device, subscribe now.