fbpx
BSKY SKY
BSKY SKY

ବ୍ୟବସାୟ ବାଣ୍ଟିଲେ ମୁକେଶ ଅମ୍ବାନୀ ! ତିନି ସନ୍ତାନଙ୍କୁ ମିଳିଲା ଏହି ଦାୟିତ୍ୱ…

BSKY

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବା ପରେ ଏବେ ନୂଆ ପିଢ଼ୀକୁ ନେତୃତ୍ୱ ଦେଉଛନ୍ତି । ସୋମବାର କମ୍ପାନୀର ୪୫ ତମ ବାର୍ଷିକ ସାଧାରଣ ବୈଠକ(Reliance AGM 2022)ରେ ସମ୍ବୋଧନ ଦେବା ସହକ ଦାୟିତ୍ୱ ବାଣ୍ଟିବା ନେଇ ସ୍ପଷ୍ଟ ଇସାରା କରିଛନ୍ତି ।

ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ପୂର୍ବରୁ ହିଁ ରିଲାଏନ୍ସ ଜିଓର ଦାୟିତ୍ୱ ଦେଇ ସାରିଥିବାବେଳେ ଏବେ ଝିଅ ଇଶା ଅମ୍ବାନୀଙ୍କୁ ରିଲାଏନ୍ସ ରିଟେଲ କାରବାର ଦେଖୁଛନ୍ତି । ସମ୍ବୋଧନରେ ମୁକେଶ ଅମ୍ବାନୀ କହିଛନ୍ତି ଯେ ସାନ ପୁଅ ଅନନ୍ତ ଅମ୍ବାନୀ ରିଲାଏନ୍ସର ନ୍ୟୁ ଏନର୍ଜୀ କାରବାର ଉପରେ ଧ୍ୟାନ ଦେଉଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ ରିଲାଏନ୍ସ ଗ୍ରୁପର କାରବାର ଡିଜିଟାଲ, ରିଟେଲ ଏବଂ ଏନର୍ଜୀ କାଟାଗୋରୀ ଭିନ୍ନ ହେବ ।

ମିଟିଂରେ ସମ୍ବୋଧନ କରିବା ସହ ସେ ନୂଆପିଢ଼ୀର ଖୁବ୍ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ନୂଆ ପିଢ଼ୀ ବିଶ୍ୱାସର ସହ କମ୍ପାନୀର ଦାୟିତ୍ୱ ନିଜ ହାତକୁ ନେଉଛନ୍ତି । ସେ କହିଛନ୍ତି ଆକାଶଙ୍କୁ ଜିଓ ଏବଂ ଇଶାଙ୍କୁ ରିଟେଲ ବିଜନେସରେ ଦାୟିତ୍ୱ ମିଳିଛି । ଅନନ୍ତ ମଧ୍ୟ ଉତ୍ସାହର ସହ ନ୍ୟୁ ଏନର୍ଜୀ ବିଜନେସକୁ ଜଏନ କରିଛନ୍ତି । ଏମିତିକି ଅଧିକ ସମୟ ଜାମନଗରରେ ରହୁଛନ୍ତି ।

ସୂଚନାଯୋଗ୍ୟ, ଆକାଶ ଅମ୍ବାନୀଙ୍କୁ ଜୁନ୍ ରେ ଜିଓ ପ୍ଲାଟଫର୍ମ ଲିମିଟେଡର ସହାୟକ କମ୍ପାନୀ ଜିଓ ଇନ୍ଫୋକମ ଲିମିଟେଡର ଚେୟାରମ୍ୟାନ୍ କରାଯାଇଥିଲା । ଗତକାଲି ଏଜିଏମରେ ମୁକେଶ ଅମ୍ବାନୀ ଇଶାଙ୍କ ଏବଂ ଅନନ୍ତଙ୍କ ଭୂମିକାକୁ ନେଇ ସ୍ପଷ୍ଟ ଇସାରା କରିଥିଲେ ବି ସେମାନଙ୍କୁ କ’ଣ ଭୂମିକା ମିଳିଛି, ଏନେଇ ଅଫିସିଆଲ ଭାବରେ କିଛି କୁହାଯାଇନାହିଁ । ଅବଶ୍ୟ ଆକାଶ ଏବଂ ଇଶା ଉଭୟ ଅକ୍ଟୋବର ୨୦୧୪ ରୁ ରିଲାଏନ୍ସ ରିଟେଲ ଭେନ୍ଚର୍ସ ଲିମିଟେଡ ଏବଂ ଜିଓ ପ୍ଲାଟଫର୍ମ ଲିମିଟେଡର ବୋର୍ଡର ଅଂଶୀଦାର ରହିଛନ୍ତି । ରିଲାଏନ୍ସ ଭାରତ ଏବଂ ବିଶ୍ୱରେ ଉକ୍ରୃଷ୍ଟ ପ୍ରତିଭାଙ୍କୁ ନିଜ ସହ ଯୋଡ଼ିବା ପାଇଁ ଧ୍ୟାନ ଦେଉଛି । ରିଲାଏନ୍ସ ସହ ୬୦ ଦେଶର ଲୋକମାନେ କାମ କରୁଛନ୍ତି ।

ସେହିପରି ଏଜିଏମରେ ଗୁରୁତ୍ୱପୂର୍ଣ୍ଣ ଘୋଷଣାର ଦାୟିତ୍ୱ ମଧ୍ୟ ଆକାଶ ଏବଂ ଇଶାଙ୍କୁ ମିଳିଥିଲା । ଆକାଶ ରିଲାଏନ୍ସ ଜିଓ ଏବଂ ୫ଜିର ଯୋଜନା ବିଷୟରେ ସୂଚନା ଦେଇଥିଲେ ।  ଇଶା ଅମ୍ବାନୀ ଏହି ସମୟରେ ରିଲାଏନ୍ସ ରିଟେଲର ବିଜନେସର ବିଭିନ୍ନ ଯୋଜନାକୁ ନେଇ ସୂଚନା ଦେଇଥିଲେ ।

Get real time updates directly on you device, subscribe now.