fbpx

ଅଧିକ ଅମଳକ୍ଷମ ଏବଂ ଉଚ୍ଚପୋଷକ ତତ୍ତ୍ୱଯୁକ୍ତ ୧୦୯ଟି ଫସଲର କିସମ ଜାରି କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ୧୦୯ଟି ଅଧିକ ଅମଳକ୍ଷମ, ଜଳବାୟୁ ସହନଶୀଳ ଏବଂ ଉଚ୍ଚ ପୋଷକତତ୍ତ୍ୱଯୁକ୍ତ ଫସଲର କିସମ ଜାରି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୧୦୯ଟି ଫସଲ ମଧ୍ୟରୁ ୩୪ଟି କ୍ଷେତ ଫସଲ ଓ ୨୭ଟି ଉଦ୍ୟାନ କୃଷି ଫସଲ ରହିଛି । କ୍ଷେତ ଫସଲ ମଧ୍ୟରେ ବାଜରା, ତୈଳବୀଜ, ଡାଲିଜାତୀୟ ଫସଲ, ଆଖୁ, କପା, ଫାଇବର ସମେତ ବିଭିନ୍ନ ଶସ୍ୟର ବିହନ ରହିଛି । ଉଦ୍ୟାନ କୃଷି ଫସଲରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ରୋପଣ ଫସଲ, କନ୍ଦମୂଳ, ମସଲା, ଫୁଲ ଏବଂ ଔଷଧୀୟ ବୃକ୍ଷ ରହିଛି ।

ଭାରତୀୟ କୃଷକ ସମାଜ ପାଇଁ ଆଜି ଏକ ଐତିହାସିକ ଦିନ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଶସ୍ୟ ମାଧ୍ୟମରେ କୃଷକଙ୍କର ଆୟବୃଦ୍ଧି ସହ କୃଷି ଉତ୍ପାଦନ ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.