“ମୁଁ ମହାଦେବଙ୍କ ଭକ୍ତ… ସବୁ ଜହର ଢୋକି ଦେବି…” ପୁଣି ମା’ଙ୍କୁ ଗାଳି ଦେବା ପ୍ରସଙ୍ଗରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ
ଜନତା ମୋ ଭଗବାନ । ମୋ କଷ୍ଟ ମୁଁ ସେମାନଙ୍କୁ ଆଗରେ କହିବି । ଆରଜେଡି-କଂଗ୍ରେସ ମେଣ୍ଟକୁ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ ।
ଗ୍ୱାହାଟୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କୁ କଂଗ୍ରେସ ଗାଳି କରିବା ବିବାଦକୁ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ନରେନ୍ଦ୍ର ମୋଦି । ଗ୍ୱାହାଟୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଏ ପ୍ରସଙ୍ଗ ଉପରେ ପୁଣି ଚର୍ଚ୍ଚା କରିଛନ୍ତି ।
ନିଜ ଭାଷଣାରେ ମୋଦି କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ, ମୁ ଜାଣେ, କଂଗ୍ରେସ ଇକୋସିଷ୍ଟମ ମୋତେ ଟାର୍ଗେଟ କରୁଛନ୍ତି ଏବଂ କହୁଛନ୍ତି ମୁଁ କାନ୍ଦିବି । ଜନତା ମୋ ଭଗବାନ । ଯଦି ମୁଁ ମୋ କଷ୍ଟକୁ
ସେମାନଙ୍କୁ ନଜଣାଇବି ତେବେ କାହା ଆଗରେ କହିବି । ଏଥିସହ ମୋଦି କହିଛନ୍ତି ମୁଁ ମହାଦେବଙ୍କ ଭକ୍ତ, ସବୁ ଗାଳିର ଜହରକୁ ମୁଁ ଗିଳିଦେବି ।
ମା’ଙ୍କୁ ଗାଳି ବିବାଦ ଥମି ନ ଥିବାବେଳେ ଏବେ ମୋଦିଙ୍କ ମା’ ହୀରାବଈଙ୍କର ଏଆଇ ଭିଡିଓ କରି କେହି ଜଣେ ସୋସିଆଲ ମିଡିଆରେ ଶେୟାର କରିଦେଇଛି ଯାହାର ଯାଞ୍ଚ ସାଇବର ପୋଲିସ ପକ୍ଷରୁ କରାଯାଉଛି ।
ବିହାର ଇଲେକ୍ସନ ପାଇଁ ପ୍ରଚାରବେଳେ ମୋଦି କଂଗ୍ରେସ ଓ ଲାଲୁଙ୍କ ଦଳ ଆରଜେଡି ମେଣ୍ଟକୁ କଟାକ୍ଷ କରିବା ସହ ପୁରୁଣା ଘଟଣାର ପୂନରାବୃତ୍ତି କରିଥିବା ଦେଖିବାକୁ ମିଳିଛି ।
ଗତକାଲି ମୋଦି ମଣିପୁର ଗସ୍ତ କରିଥିଲେ । ଯେଉଁଥିରେ ସେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଭବିତଷ୍ୟତରେ ରାଜ୍ୟର ବିକାଶ ପାଇଁ ଅଧିକ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ମୋଦି ।