fbpx

ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ ମୋଦୀ, ଜାଣନ୍ତୁ କାର୍ଯ୍ୟସୂଚୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ। ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ଗାଡ଼କଣ ବସ୍ତି ଯିବେ। ୧୧ଟା ୧୦ରେ ସେଠାରେ ପହଞ୍ଚିବା ପରେ ୧୧ଟା ୧୫ରୁ ୧୧ଟା ୪୫ ଯାଏ ୩୦ମିନିଟ୍ ଧରି ସେଠାରେ ପିଏମ୍ ଆବାସ ହିତାଧିକାରୀଙ୍କ ସହ କଥା ହେବେ। ୧୧ଟା ୪୫ରେ ଗାଡ଼କଣରୁ ବାହାରି ୧୧ଟା ୫୫ରେ ଜନତା ମଇଦାନରେ ପହଞ୍ଚିବେ। ସେଠାରେ ୧ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ସୁଭଦ୍ରା ଯୋଜନା ସହ ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ ଓ ଲୋକାର୍ପଣ କରିବେ। କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ଣ ୧ଟାରେ ସିଧା ବିମାନବନ୍ଦର ଯିବେ। ୧ଟା ୨୦ରେ ଦିଲ୍ଲୀ ଫେରିଯିବେ।

ତେବେ ମହିଳାଙ୍କ ଆକାଉଣ୍ଟକୁ ଆଜି ଯିବ ପ୍ରଥମ କିସ୍ତି। ଏବେ ୬୫ ଲକ୍ଷ ମହିଳା ପଞ୍ଜୀକରଣ କରିଥିବା ବେଳେ ସମସ୍ତେ ପାଇବେ ୫ ହଜାର ଲେଖାଏଁ ଟଙ୍କା। ତେବେ ପଞ୍ଜୀକରଣ ପାଇଁ କୌଣସି ନିର୍ଦ୍ଧିଷ୍ଟ ଡେଡଲାଇନ ନାହିଁ। ତେଣୁ ୧୭ ତାରିଖ ପରେ ଆବେଦନ କଲେ ବି ପ୍ରଥମ କିସ୍ତି ଅର୍ଥ ପାଇବେ ହିତାଧିକାରୀ। ସୁଭଦ୍ରା ଯୋଜନାର ଲଞ୍ଚ ପରେ ହିତାଧିକାରୀଙ୍କ ଆକାଉଣ୍ଟରେ କ୍ରେଡିଟ ହେବ ଅର୍ଥ।

ସୁଭଦ୍ରା ଅର୍ଥ ଯିବା ପୂର୍ବରୁ ହିତାଧିକାରୀଙ୍କୁ ଟଙ୍କାଏ ଲେଖା ପଠାଇ ଆକାଉଣ୍ଟ ଟେଷ୍ଟ କରିଛନ୍ତି ସରକାର। ତେଣୁ ଅନେକ ମହିଳା ଏବେ ସନ୍ଦେହରେ କି ଟଙ୍କାଏ ଆସିନଥିଲେ ସେମାନଙ୍କ ଆକାଉଣ୍ଟକୁ ଅର୍ଥ ଯିବ ନା ନାହିଁ ? ଏବଂ କେଉଁ ମାନଙ୍କ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତି।

ହେଲେ ଏଭଳି ଅନେକ ସନ୍ଦେହ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଆକାଉଣ୍ଟକୁ ଟଙ୍କାଟିଏ ଆସିଥାଉ ବା ନାହିଁ କିନ୍ତୁ ୧୫ ତାରିଖ ସୁଦ୍ଧା ପଞ୍ଜୀକରଣ କରିଥିବା ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଯିବ। ୧୭ ତାରିଖ ପରେ ପଞ୍ଜିକରଣ କଲେ ବି ସବୁ ମହିଳାଙ୍କ ଆକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ଟଙ୍କା ପଠାଯିବ।

ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମହିଳା ପଞ୍ଜିକରଣ କରିଥିବା ବେଳେ ସମସ୍ତେ ଆବେଦନ କରିବା ପର୍ଯ୍ୟନ୍ତ ଜାରି ରହିବ ପ୍ରକ୍ରିୟା। ପଂଜିକରଣ ପାଇଁ କୌଣସି ନିର୍ଦ୍ଧିଷ୍ଟ ଡେଡଲାଇନ ନଥିବା ବେଳେ ଡିସେମ୍ବରରେ ଆବେଦନ କଲେ ବି ପ୍ରଥମ କିସ୍ତି ଅର୍ଥ ପାଇବେ ଯୋଗ୍ୟ ମହିଳା। ଏବଂ ୨୦୨୫ ମସିହା ମାର୍ଚ୍ଚ ୮ ସୁଦ୍ଧା ଅର୍ଥାତ୍ ମହିଳା ଦିବସ ସୁଦ୍ଧା ପଞ୍ଜିକରଣ କରିଥିବା ସବୁ ମହିଳା ୨ କିସ୍ତି ଅର୍ଥ ପାଇଥିବେ ବୋଲି ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ।

Get real time updates directly on you device, subscribe now.