୨୭ରେ ଝାରସୁଗୁଡ଼ା ଆସିବେ ମୋଦୀ!

ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି

ଭୁବନେଶ୍ୱର: ୨୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ। ୨୭ରେ ଝାରସୁଗୁଡ଼ାରେ ଯୁୁବ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇପାରନ୍ତି।

ଆଜି ରାତି ସୁଦ୍ଧା ଚୂଡ଼ାନ୍ତ ହେବ କହିଲେ ବିଜେପି ସଭାପତି ମନମୋହନ ସାମଲ। ବେଶୀ ସମୟ ନାହିଁ, ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କାର୍ଯ୍ୟକ୍ରମ ହେବ।

ସର୍ବଭାରତୀୟ ପ୍ରୋଗ୍ରାମ, ଓଡ଼ିଶାରେ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ।ଯୁବ ସମାଜ ପାଇଁ ପ୍ରଧାନମନ୍ତ୍ରୀ ବଡ଼ ଘୋଷଣା କରିପାରନ୍ତି ବୋଲି କହିଛନ୍ତି ମନମୋହନ।