fbpx

ଭାରତର କୂଟନୈତିକ ସନ୍ତୁଳନ : ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁତିନ ଓ ଜେଲନ୍ସକିଙ୍କ ସହ ମୋଦିଙ୍କ ଭେଟଘାଟ

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ଯୁଦ୍ଧ ଜନିତ ଉତ୍ତେଜନା ଓ ଅସ୍ଥିରତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମହତ୍ୱପୂର୍ଣ୍ଣ ଭୂମିକାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ନିକଟରେ ମୋଦି ଋଷିଆ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭଲଡିମିର ଜେଲେନ୍ସକିଙ୍କୁ ଭେଟିଛନ୍ତି, ଯାହା ସାମ୍ପ୍ରତିକ ସ୍ଥିତିରେ ତାଙ୍କ ନିଆରା ନେତୃତ୍ୱକୁ ଦର୍ଶାଉଛି ।
ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଯେତିକି ବଢୁଛି, ଆନ୍ତର୍ଜାତିକ ସଂଗଠନକୁ ବିଭାଜିତ କରିଚାଲିିଛି । କିଛି ବୈଶ୍ୱିକ ନେତା ନିଜକୁ ୟୁକ୍ରେନ ସମର୍ଥନରେ ଠିଆ କରି ଋଷର ନିନ୍ଦା କରୁଛନ୍ତିା ଏପରି ସମୟରେ ଉଭୟ ପକ୍ଷର ନେତାଙ୍କ ସହ ମୋଦି କୂଟନୈତିକ ସମ୍ପର୍କ ସ୍ଥାପନ କରି ଅନ୍ତର୍ଜାତୀୟ ବ୍ୟାପାରରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କି, ଭାରତ ପୁରୁଣା ସମ୍ପର୍କକୁ ଗୁରୁତ୍ୱ ଦେବା ସହ ରଣନୀତିଗତ ଆଗ୍ରହ ଓ ଶାନ୍ତି ପ୍ରତିଷ୍ଠା ଦିଗରେ ନିଜ ସ୍ଥିରତା ପ୍ରତିପାଦନ କରିଛି ।
କୁର୍ସ୍କ କ୍ଷେତ୍ରରେ ୟୁକ୍ରେନ ସୈନିକଙ୍କ ବର୍ବରତା ଯୁଦ୍ଧ ଅପରାଧର ଅଭିଯୋଗ ଆଣିବା ସହ ସ୍ଥିତିକୁ ଆହୁରି ଜଟିଳ କରି ଦେଇଛି । ଏହାରି ଭିତରେ ପୁଟିନ ଓ ଜେଲେନ୍ସକିଙ୍କ ସହ ମୋଦିଙ୍କ ଆଲୋଚନା ଦର୍ଶାଉଛି କି, ଭାରତ ଏପରି ଜଟିଳ ସ୍ଥିତିରେ ମଧ୍ୟ ସନ୍ତୁଳନ ରକ୍ଷା କରୁଛି । ଭାରତ ପାଶ୍ଚାତ୍ୟ ଓ ୟୁଏସ ନେତୃତ୍ୱାଧୀନ ଦେଶଙ୍କ ପରି ଋୁଷ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଅପରପକ୍ଷରେ ନିରନ୍ତର ୟୁକ୍ରେନକୁ ସମର୍ଥନ କରୁଛି ।
ଉଭୟ ନେତାଙ୍କୁ ଭେଟି ମୋଦି ନାହିଁ କେବଳ ଭାରତ ତାର ଦୀର୍ଘ ନୀତିଗତ ସ୍ୱାଧୀନତା ପ୍ରଦର୍ଶନ କରିଛନ୍ତି, ପରନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ମଧ୍ୟସ୍ଥତାକୁ ଦର୍ଶାଇଛନ୍ତି । ଏହା ଦ୍ୱାରା ବିଶ୍ୱସ୍ତରରେ ଭାରତର ପ୍ରତିଷ୍ଠା ବୃଦ୍ଧି ସହ ଶାନ୍ତି ପ୍ରତିଷ୍ଠା ଦିଗରେ ତାର ସକାରାତ୍ମକ ସହଭାଗିତା ଉପସ୍ଥାପନ କରୁଛି ।
ଋଷ ସହ ଭାରତର ସମ୍ପର୍କ ଅତୀତରେ ସୁଦୃଢ ରହିଥିଲା, ଶୀତଳ ଯୁଦ୍ଧ ସମୟରେ ଯେତେବେଳେ ସୁଭିଏତ ୟୁନିୟନ କି- ରୋଲ ତୁଲାଇଥିଲା ତାକୁ ସୈନ୍ୟ ଓ କୂଟନୈତିକ ସମର୍ଥନ ଦେଇଥିଲା । ଆଜି ଋଷିଆ ମଧ୍ୟ ଭାରତର ସୁରକ୍ଷା ପାଇଁ ଗୁରୁତ୍ୱ ବହନ କରୁଛି । ସେହିପରି ଭାରତର ଆମେରିକା ସହ ମଧ୍ୟ ବ୍ୟବସାୟ, ପ୍ରତିରକ୍ଷା ଓ ବୈଷୟିକ ଜ୍ଞାନ କୌଶଳ କ୍ଷେତ୍ରରେ ସୁସମ୍ପର୍କ ରହିଛି । ଏହି ଦ୍ୱିପାକ୍ଷିକ ସମ୍ପର୍କ ଭାରତର ରଣନୀତିଗତ ସ୍ୱତନ୍ତ୍ରତା ଓ ଆନ୍ତର୍ଜାତିକ ବିଦାଦରୁ ନିଜକୁ ଏକ ଭିନ୍ନ ପରିଚୟ ପ୍ରଦାନ କରିଛି ।
ୟୁକ୍ରେନ ବିଦାଦ ମଧ୍ୟରେ ମୋଦିଙ୍କ ଦକ୍ଷ ନେତୃତ୍ୱ ପାଇଁ ଉଭୟ ଋଷିଆ ଓ ୟୁଏସ ସହ କୂଟନୈତିକ ସଫଳତା ହାସଲ କରିପାରିଛି ଭାରତ । ଭାରତ ଋଷରୁ କ୍ରୁଡ ଅଏଲ ଆମଦାନୀ ଜାରି ରଖିଛି ଓ ଆମେରିକା ସହ ପ୍ରତିରକ୍ଷା ଓ ଅର୍ଥନୀତିକ ଭାଗିଦାରିତା ଜାରି ରଖିଛି । ଏହି ସନ୍ତୁଳନ ନାହିଁ କେବଳ ଭାରତର ରଣନୈତିକ ଆଭିମୁଖ୍ୟକୁ ସୁରକ୍ଷା ପ୍ରଦାନ କରୁଛି, ପରନ୍ତୁ ନିଜ ସ୍ୱତନ୍ତ୍ରତା ବୈଶ୍ୱିକ ଭିନ୍ନତା ମଧ୍ୟରେ ପ୍ରତିଷ୍ଠା କରିଛି ।
ଭାରତର ଋଷିଆ ଓ ୟୁକ୍ରେନ ସହ ସମ୍ପର୍କ ଉଭୟ ୟୁରୋ- ଏସିଆ ଓ ୟୁରୋପରେ ଗୁରୁତ୍ୱ ବହନ କରୁଛି । ୟୁରୋ- ଏସିଆରେ ଋଷିଆର ଗୁରୁତ୍ୱ ଥିବାରୁ ଏହା ଭାରତର ନିରପେକ୍ଷ ପଦକ୍ଷେପ ଆଞ୍ଚଳିକ ସୁରକ୍ଷା ଦିଗରେ ତାର ଗୁରୁତ୍ୱକୁ ସୁନଶ୍ଚିତ କରୁଛିା ସେହିପରି ୟୁରୋପରେ ୟୁକ୍ରେନକୁ ଦେଉଥିବା ସମର୍ଥନ ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଦର୍ଶାଉଥିବା ବେଳେ ଋଷ ସହ କୂଟନୈତିକି ଓ ଆଲୋଚନା ଭିତ୍ତିକ କାର୍ଯ୍ୟକୁ ପ୍ରତିଫଳନ କରୁଛି । ଏହି ଆଭିମୁଖ୍ୟ ଓ ଭୂମିକା ଅନ୍ୟ ଦେଶମାନଙ୍କ ପାଇଁ ଉଦାହରଣ ସାବ୍ୟସ୍ତ ହେବା ସହ ସୁପରପାୱାର ଶତ୍ରୁଙ୍କୁ ଭାରତକୁ ନେଇ ସେମାନଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରିବ ।

Get real time updates directly on you device, subscribe now.