fbpx

୧୨ ତାରିଖରେ ଭୁବନେଶ୍ୱରରେ ମୋଦୀଙ୍କ ରୋଡ୍ ଶୋ’

ଭୁବନେଶ୍ୱର: ଭୁବନେଶ୍ୱରରେ ମୋଦୀ କରିବେ ପୁଣି କରିବେ ରୋଡ୍ ଶୋ’ । ୧୨ ତାରିଖ ବୁଧବାର ସନ୍ଧ୍ୟାରେ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ କରିବେ ରୋଡ୍ ଶୋ’ । ମୋଦୀଙ୍କ ଏହି ରୋଡ୍ ଶୋ’ ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରହିବ । ରୋଡ୍ ଶୋ’ କରି ସେ ଜନତା ମଇଦାନରେ ଶପଥ ସମାରୋହକୁ ଆସିବେ ।

ଏଠାରେ ସୂଚାଇ ଦିଆଯାଇପାରେ କି ଓଡ଼ିଶାରେ ୨୦୨୪ ବିଧାନସଭା ନିର୍ବାଚନରେ ୨୪ ବର୍ଷର କ୍ଷମତାସୀନ ଦଳ ବିଜେଡିକୁ ହରାଇ ବିଜେପି କ୍ଷମତାକୁ ଆସିଛି । ଆସନ୍ତା ୧୨ ତାରିଖରେ ରାଜ୍ୟରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ଉତ୍ସବ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.