fbpx
BSKY SKY
BSKY SKY

ଟେଷ୍ଟ ସିରିଜ ଖେଳିବେନି ମହମ୍ମଦ ଶାମୀ: ଜଣାପଡ଼ିଲା ପ୍ରକୃତ କାରଣ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି ଭାରତୀୟ କ୍ରିକେଟ ଟିମ୍ । ଟି-୨୦ ଏବଂ ଦିନିକିଆ ସହିତ ଟେଷ୍ଟ ସିରିଜରେ ମଧ୍ୟ ମୁହାଁମୁହିଁ ହେବେ ଉଭୟ ଦଳ । ତେବେ ଗତ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା ଷ୍ଟାର ବୋଲର ମହମ୍ମଦ ଶାମୀଙ୍କୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମନାକୁ ଆସିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜରେ ବାଦ୍ ପଡ଼ିପାରନ୍ତି ମହମ୍ମଦ ଶାମୀ । ରୋହିତ ଶର୍ମାଙ୍କ ନେତୃତ୍ୱରେ ସାଉଥ ଆଫ୍ରିକାକୁ ଭେଟିବ ଟିମ ଇଣ୍ଡିଆ । କିନ୍ତୁ ଏହି ସିରିଜରେ ଷ୍ଟାର ବୋଲର ଶାମୀ ଅନୁପସ୍ଥିତ ରହିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହାର କାରଣ ବର୍ତ୍ତମାନ ସାମନାକୁ ଆସିଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ସିରିଜ ପୂର୍ବରୁ ଭାରତକୁ ଲାଗିଛି ଏକ ଶକ୍ତ ଝଟକା । ଭାରତ ବିଶ୍ୱକପ ଫାଇନାଲର ଦୁଃଖ ଭୁଲାଇ ଟେଷ୍ଟ ସିରିଜକୁ ଜିତିବା ପାଇଁ ଚେଷ୍ଟା କରିବ । କିନ୍ତୁ ରୋହିତଙ୍କ ପାଖରେ ନଥିବେ ଦଳର ପ୍ରମୁଖ ହତିଆର । ଟିମ ଇଣ୍ଡିଆର ବିଶ୍ୱକପ ଷ୍ଟାର ବୋଲର ମହମ୍ମଦ ଶାମୀ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି । ଆହତ ସମସ୍ୟା ଯୋଗୁଁ ଶାମୀ ଏହି ସିରିଜରେ କେଳି ନ ପାରନ୍ତି ବୋଲି ଜାଣିବାକୁ ମିଳିଛି । ରିପୋର୍ଟ ମୁତାବକ ଶାମୀଙ୍କ ଆଣ୍ଠୁରେ ଆଘାତ ଯୋଗୁଁ ସେ ଦଳରୁ ବାଦ୍ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆହତ ସମସ୍ୟା ପରେ ମଧ୍ୟ ଶାମୀ ବିଶ୍ୱକପ କେଳିଥିଲେ ଏବଂ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ ନିଜ ନାମରେ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ନଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିପାରନ୍ତି ବୋଲି ଜାଣିବାକୁ ମିଳିଛି ।

ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚ୍ ବର୍ଷ ଶେଷରେ ୨୬ ରୁ ୩୦ ଡିସେମ୍ବର ମଧ୍ୟରେ ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଅନୁଷ୍ଠିତ ହେବ । ଦ୍ୱିତୀୟ ମ୍ୟାଚ୍ ଆସନ୍ତା ବର୍ଷ ଭାରତର ପ୍ରଥମ ମ୍ୟାଚ୍ ହେବାକୁ ଯାଉଛି। ଏହା କେପଟାଉନର ନ୍ୟୁଲ୍ୟାଣ୍ଡସ୍ ଷ୍ଟାଡିୟମରେ ୩ ରୁ ୭ ଜାନୁୟାରୀ ୨୦୨୪ ପର୍ୟ୍ୟନ୍ତ ଖେଳାଯିବ । ଡିସେମ୍ବର ୧୫ ରେ, ସମସ୍ତ ଖେଳାଳିଙ୍କୁ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଯିବାକୁ ପଡିବ ।  ତେବେ ଶାମିଙ୍କ ନାମ ଏହି ତାଲିକାରେ ରହିବ ନାହିଁ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.