fbpx
BJD SKY
BJD SKY

ନୂଆବର୍ଷରେ ଚମକି ଉଠିବ ଭାଗ୍ୟ: ବାସ କରିନିଅନ୍ତୁ ଏହି ସରଳ ଉପାୟ, ହେବେ ଲାଭବାନ

BJD

ନୂଆ ବର୍ଷ ଆସିବା ମାତ୍ରେ ଲୋକମାନଙ୍କ ମନରେ ଉତ୍ସାହ ବଢ଼ିଯାଏ । ୨୦୨୩ ମସିହା ଶେଷ ହେବାକୁ ଆଉ କିଛି ଦିନ ବାକି ରହିଛି । ତେବେ ଏହା ପରେ ନୂତନ ବର୍ଷ ଅର୍ଥାତ୍ ୨୦୨୪ ଆରମ୍ଭ ହେବାକୁ ଯାଉଛି । ତେବେ ପ୍ରତ୍ୟେକ ଲୋକ ଚାହିଁଥାନ୍ତି ଯେ ପୁରୁଣା ବର୍ଷ ଅପେକ୍ଷା ନୂଆ ବର୍ଷ ଭଲରେ କଟୁ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୩ ତୁଳନାରେ ୨୦୨୪ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ହେବାକୁ ଯାଉଛି।

ନୂତନ ବର୍ଷ ଆରମ୍ଭରେ, କିଛି ଉପାୟ ରହିଛି ଯାହାକୁ କରିବା ଦ୍ୱାରା ନୂଆ ବର୍ଷରେ ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ । ତେବେ ଆସନ୍ତୁ ଜାଣିବା ନୂଆ ବର୍ଷ ଆରମ୍ଭରେ ହଳଦୀରେ କେଉଁ ଉପାୟ କଲେ ଏହା ଆପଣଙ୍କୁ ବର୍ଷ ବର୍ଷ ଧରି ଶୁଭଫଳ ଆଣିଦେବ ।

ନୂଆ ବର୍ଷର ଆଗମନ ପାଇଁ ଆଉ କିଛି ଦିନ ବାକି ଅଛି । ତେବେ ଏହି ଦିନ ଯେଉଁମାନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି ସେମାନେ ଚାହାଁନ୍ତି ଯେ ସେମାନଙ୍କର ବର୍ଷସାରା ଲାଭ ହେଉ ବୋଲି । ଅର୍ଥାତ୍ ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ଯେ ନୂତନ ବର୍ଷରେ ଭାଗ୍ୟ ସେମାନଙ୍କ ସପକ୍ଷରେ ରହିବା ଉଚିତ । ଏହା ସହିତ ସେମାନେ ପ୍ରତ୍ୟେକ କାର୍ୟ୍ୟରେ ସଫଳତା ପାଇବା ପାଇଁ ମଧ୍ୟ କାମନା କରିଥାନ୍ତି । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନୂତନ ବର୍ଷ ଆରମ୍ଭରେ ହଳଦୀରେ ଏହି ଉପାୟ କରିବା ଦ୍ୱାରା ନିଶ୍ଚିତ ଭାବରେ ବର୍ଷସାରା ଆପଣ ଲାଭବାନ ହେବେ ।

ତେବେ ନିଜର ଭାଗ୍ୟ ବଦଳାଇବା ପାଇଁ ନୂଆ ବର୍ଷ ଆରମ୍ଭରେ ଏକ ରୂପା ମୁଦ୍ରା ନିଅନ୍ତୁ । ସେଥିରେ ଟିକେ ଗୁଣ୍ଡ ହଳଦୀ ଲଗାଇ ଏକ ଖଣ୍ଡ ହଳଦୀ ସହିତ ବାନ୍ଧି ଦିଅନ୍ତୁ । ପରେ ଏହାକୁ ଏକ ନାଲି କପଡ଼ାରେ ବାନ୍ଧି ତୁଳସୀ ଗଛ ତଳେ ପୂଜା କରନ୍ତୁ ଏବଂ ଏହାକୁ ନେଇ ନିଜ ଲକରରେ ରଖିଦିଅନ୍ତୁ । ତେବେ ଏପରି କରିବାର ଏକ ସପ୍ତାହ ମଧ୍ୟରେ ନିଶ୍ଚିତ ଭାବରେ ଆପଣ ଶୁଭ ଫଳ ପାଇବେ । ନୂଆ ବର୍ଷର ଏକ ସପ୍ତାହ ମଧ୍ୟରେ ଆପଣଙ୍କ ଭାଗ୍ୟ ନିଶଶ୍ଚିତ ଭାବରେ ପରିବର୍ତ୍ତନ ହେବ । ଏହା ଦ୍ୱାରା ଆପଣଙ୍କର ଅଟକିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବା ସହିତ ଆୟ ମଧ୍ୟ ବୃଦ୍ଧି ପାଇବ ।

Get real time updates directly on you device, subscribe now.