fbpx

World Cup ପୂର୍ବରୁ କୋର୍ଟରେ ହାଜର ହେଲେ ମହମ୍ମଦ ଶାମୀ, ପତ୍ନୀଙ୍କ ସହ ଘରୋଇ ହିଂସା କରୁଥିବା ମାମଲାରେ ନିଆଯାଇଛି ବଡ଼ ନିଷ୍ପତି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ବିଶ୍ୱ କପ ୨୦୨୩ ପୂର୍ବରୁ ସ୍ତ୍ରୀ ହସୀନ ଜାହାନଙ୍କ ସହ ହିଂସା ମାମଲାରେ ଶାମୀଙ୍କୁ କୋର୍ଟରୁ ଜାମିନ ମିଳିଲା । ମଙ୍ଗଳବାର ଦିନ କୋଲକାତାର ଅଲୀପୁର ଏସୀଜେଏମ କୋର୍ଟରେ ଉପସ୍ଥିତ ହୋଇଥିଲେ । ସେଠାରେ ତାଙ୍କୁ ଜାମିନ ମିଳିଥିଲା । ୨୦୧୮ରେ ଜାଦବପୁର ପୋଲିସ ଷ୍ଟେସନରେ ଶାମୀଙ୍କ ସ୍ତ୍ରୀ ହସୀନ ଜାହାନ ଏକ ମାମଲା ରୁଜୁ କରାଇଥିଲେ । ସେହି ମାମଲା ଅନୁଯାୟୀ, ମହମ୍ମଦ ଶାମୀ ଏବଂ ତାଙ୍କ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ଏଫଆଇଆର ଫାଇଲ କରାଯାଇଥିଲା ।

ସୂଚନା ଅନୁସାରେ, ୨୦୧୮ରେ ହସୀନ ଜାହାନ ମହମ୍ମଦ ଶାମୀଙ୍କ ବିରୋଧରେ ଘରୋଇ ହଂସାର ଆରୋପ ଲଗାଇ ନିଚଲୀ କୋର୍ଟରେ ମାମଲା ଦାଖଲ କରିଥିଲେ । ଏହାପରେ ଦ୍ରୁତ ଖେଳାଳୀ ଏବଂ ତାଙ୍କ ପରିବାର ବିରୋଧରେ କାନୁନୀ କାର୍ଯ୍ୟବାହୀ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ମାମଲାରେ କୋଲକାତାର ଆଲୀପୁର କୋର୍ଟରେ ଶାମୀଙ୍କୁ ଜାମିନ ମିଳିଲା । ଅଗଷ୍ଟ ୨୩ ଆଲିପୁର ଅଧିବେଶନରେ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ଯେ, ହାସୀନ ଜାହାନଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ଶାମିଙ୍କୁ କୋର୍ଟ ଡକାଇବାର କୌଣସି ମୂଳ କାରଣ ନାହିଁ । ତେଣୁ ବୋଲରଙ୍କୁ ବର୍ତ୍ତମାନ କୋର୍ଟରେ ହାଜର ହେବାର ଆବଶ୍ୟକତା ନାହିଁ ।

ଏହା ପରେ ବିଚାରପତି କହିଛନ୍ତି, ଆସନ୍ତା ୩୦ ଦିନ ମଧ୍ୟରେ ଶାମୀଙ୍କୁ ଏହି ମାମଲାର ପରବର୍ତ୍ତୀ କାର୍ଯ୍ୟ ପାଇଁ ଟ୍ରାଏଲ କୋଟଙରେ ଆବେଦନ କରିବାକୁ ପଡିବ । ଏହି ସମୟ ସୀମା ମଧ୍ୟରେ ଶାମୀ ଜାମିନ ପାଇଁ ଆବେଦନ କରିପାରିବେ । ଅନ୍ୟପଟେ କୁହାଯାଇଛି ଯେ, ଆଇନ ଅନୁଯାୟୀ ଶାମୀଙ୍କ ଜାମିନ ଉପରେ ମଧ୍ୟ ଟ୍ରାଏଲ କୋର୍ଟ ନିଷ୍ପତି ନେବ । ଏହି ନିର୍ଦ୍ଦେଶ ଅନୁସାରେ ଶାମୀ ଟ୍ରାଏଲ କୋର୍ଟରେ ହାଜର ହୋଇ ଜାମିନ ପାଇଥିଲେ ।

Get real time updates directly on you device, subscribe now.