ହବିଷ୍ୟାଳିଙ୍କ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କଲେ ମୋହନ; ତୁରନ୍ତ ସମସ୍ୟାର ସମାଧାନ ପାଇଁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ

ପୁରୀ: (ଓଡ଼ିଶା ଭାସ୍କର) ପୁରୀରେ ହବିଷ୍ୟାଳିଙ୍କ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତୁରନ୍ତ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି “ବିଭିନ୍ନ ଗଣମାଧ୍ୟମରେ କିଛି ହବିଷ୍ୟାଳି ମା’ମାନଙ୍କ ଅସୁବିଧା ବିଷୟରେ ଅବଗତ ହେବା ପରେ ମୁଁ ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଶ୍ରୀଜଗନ୍ନାଥ ଧାମ ପୁରୀ ଠାରେ ବାହାର ଜିଲ୍ଲାରୁ ଆସି ହବିଷ୍ୟବ୍ରତ ପାଳନ କରୁଥିବା ହବିଷ୍ୟାଳି ମା’ମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ପ୍ରତିଶୃତିବଦ୍ଧ। ପ୍ରଭୁ ଜଗନ୍ନାଥ ଆପଣ ସମସ୍ତଙ୍କ ବ୍ରତ ସଫଳ କରନ୍ତୁ।”

ସୂଚନା ଅନୁସାରେ ଗତକାଲିଠାରୁ ପୁରୀ କାର୍ତ୍ତିକ ବ୍ରତ କରିବା ଉଦ୍ଦେଶ୍ୟରେ ଆସିଥିବା ହବିଷ୍ୟାଳି ସରକାର ପକ୍ଷରୁ ହୋଇଥିବା ବାସ ସ୍ଥାନରେ ରହିବାକୁ ଜାଗା ପାଇନଥିଲେ ପଞ୍ଜିକରଣ ହୋଇନଥିବାରୁ । ପଶାସନ ନିକଟକୁ ଯାଇଥିଲେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହୋଇନଥିଲା । ସେପଟେ ଆଜିଠାରୁ ହବିଷ ଆରମ୍ଭ ହୋଇଥିଲା । ତେଣୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏମିତି କି ଗତକାଲି ଅଣପଞ୍ଜିକୃତ ହବିଷ୍ୟାଳି ଧାରଣାରେ ବାସିଥିଲେ । ରାତିରେ ରହିବାକୁ ଯାଗା ନ ପାଇବାରୁ ରାସ୍ତା କଡରେ ଏଣେତେଣେ ମଶା, ମାଛି ଦଂଶନରେ ରାତି କାଟିଥିଲେ ବୋଲି ଆଜି ଅଭିଯୋଗ ହୋଇଥିଲା ।

କାଲିଠାରୁ ଧାରଣାରେ ବସିଥିବା ହବିଷ୍ୟାଳିଙ୍କ ମଧ୍ୟରେ ଜଣେ ଅଚେତ ହେବା ପରେ ହବିଷ୍ୟାଳିଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ବିଜେପି ବିଧାୟକ ଏନେଇ ପ୍ରଶାସନ ସହ ଆଲୋଚନା କରିସେମାନଙ୍କ ରହିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ହବିଷ୍ୟଳିଙ୍କ ନିକଟକୁ ଆସି ହବିଷ୍ୟାଳିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି, ହବିଷ୍ୟାଳିଙ୍କ ପଞ୍ଜିକରଣ ହୋଇ ନ ଥିଲେ ମଧ୍ୟ ସେମାନଙ୍କ ପାଇଁ ବ୍ୟବସ୍ଥା ହେବ । ଏହା ପରେ ଜିଲ୍ଲାପାଳ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି କି, ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବା ବ୍ୟବସ୍ଥା ହେବ । ଅଧିକ ହବିଷ୍ୟାଳି ହେଳେ ଅନ୍ୟ ଧର୍ମଶାଳାରେ ସେମାନଙ୍କୁ ରଖାଯିବ ।

Get real time updates directly on you device, subscribe now.