ଗୋଟେପଟେ ମୋହନ ବାଣ୍ଟୁଛନ୍ତି ଘର, ଅନ୍ୟପଟେ ସଭା କାର୍ଯ୍ୟକ୍ରମରେ ଲାଗିଗଲା ନିଆଁ
ଆଜି ଆରମ୍ଭ ହୋଇଛି ଅନ୍ତ୍ୟୋଦୟ ଗୃହ ଯୋଜନା। କଳାହାଣ୍ଡି ଯାଇ ପକ୍କା ଘର ବାଣ୍ଟୁଛନ୍ତି ମୋହନ। ହେଲେ ଅନ୍ୟପଟେ ସଭା କାର୍ଯ୍ୟକ୍ରମରେ ଲାଗିଯାଇଛି ନିଆଁ।
ବାଲେଶ୍ୱର: ବିଜେପି ସଭା କାର୍ଯ୍ୟକ୍ରମରେ ଲାଗିଗଲା ନିଆଁ। ନିଆଁ ଲାଗିଯିବା ଦେଖି ଏଣେତେଣେ ଦୌଡିଲେ ଲୋକେ। ଅନ୍ତ୍ୟୋଦୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ହଠାତ୍ ଲାଗିଗଲା ନିଆଁ। ଯାହାକୁ ଦେଖି ଚିନ୍ତାରେ ପଡିଗଲେ ବିଜେପି କର୍ମୀ।
ହଁ ଆଜି ଆରମ୍ଭ ହୋଇଛି ଅନ୍ତ୍ୟୋଦୟ ଗୃହ ଯୋଜନା। କଳାହାଣ୍ଡି ଯାଇ ସେଠାରୁ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ଥିବା ବ୍ୟକ୍ତି ଏବଂ ସହିଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘରପୋଡି ଥିବା ବ୍ୟକ୍ତିଙ୍କୁ ଘର ବାଣ୍ଟୁଛନ୍ତି ମୁଖ୍ୟମନ୍ତ୍ରୀ।
ହେଲେ ଅନ୍ୟପଟେ ଅନ୍ତ୍ୟୋଦୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ନିଆଁ ଲାଗିଯାଇଛି। ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ଏହି ଅଗ୍ନିକାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ହୋଇନାହିଁ।
ବରଂ ବିଜେପି ପକ୍ଷରୁ ବାଲେଶ୍ୱରରେ ଆୟୋଜିତ ହୋଇଥିବା ଅନ୍ତ୍ୟୋଦୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏହି ଅଗ୍ନିକାଣ୍ଡ ଘଟିଛି। ରେମୁଣା ବ୍ଲକରେ ଚାଲିଥିଲା କାର୍ଯ୍ୟକ୍ରମ। ହେଲେ ହଠାତ୍ ନିଆଁ ଲାଗିଯାଇଥିଲା।
ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇ ନଥିବା ବେଳେ, ଅଗ୍ନିି ନିର୍ବାପକ ଯନ୍ତ୍ର ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି।