ଭାଇରାଲ ହେଉଛି ମୁଖ୍ୟମନ୍ତ୍ରୀଙ୍କ ସଙ୍ଗମ ସ୍ନାନର (Video) ଉଦବେଗ ପ୍ରକାଶ କଲେ ସୋସିଆଲ ମିଡିଆ ୟୁଜର୍ସ

ସଙ୍ଗମରେ ସପରିବାର ସହିତ ବୁଡ଼ ଦେଲେ ମୋହନ ମାଝୀ । ଭିଡିଓକୁ ନେଇ ଚର୍ଚ୍ଚା ।

ପ୍ରୟାଗରାଜ: ପ୍ରୟାଗରାଜରେ ଆଜି ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ, ପତ୍ନୀ ଓ ପୁଅ ସହ ସଙ୍ଗମରେ ସ୍ନାନ କରୁଥିବାର ଦେଖିବାକୁ ମିଳିଛି ।

ସବୁବେଳେ ଚର୍ଚ୍ଚାରେ: ମୁଖ୍ୟମନ୍ତ୍ରୀ ବୁଡ଼ ପକାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅନେକ ସମୟରେ ମୋହନ ମାଝୀଙ୍କ କାର୍ଯ୍ୟ ଓ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆ ମିମ୍ ତିଆରି ହେଉଥିବାବେଳେ ସଙ୍ଗମରେ ମୋହନମାଝୀଙ୍କ ବୁଡ଼ ପକାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି ।

ପିଇଲେ ଜଳ: ସଙ୍ଗମରେ ମୁଖ୍ୟମନ୍ତ୍ରୀ ସ୍ନାନ ସାରିବା ପରେ ନିକଟରେ ଉପସ୍ଥିତ ପଣ୍ଡିତ ତାଙ୍କୁ ସଙ୍ଗମ ଜଳ ପାନ କରିବାକୁ କହିଥିଲେ । ଯାହାପରେ ୩ ଥର ମୋହନ ଏହି ପାଣିକୁ ପିଇଥିବାର ଦେଖିବାକୁ ମିଳିଛି ।

ଚିନ୍ତାରେ ୟୁଜର୍ସ: ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ମୁତାବକ କିଛିଦିନ ପୂର୍ବେ ଏନଜିଟି ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବକ ସଙ୍ଗମ ଜଳରେ ମଳ ଜୀବାଣୁ ମାତ୍ରାଧିକ ପରିମାଣରେ ଥିବା କାରଣରୁ ସେ ପାଣି ଗାଧୋଇବା ଯୋଗ୍ୟ ନୁହେଁ । ଯାହାକୁ ନେଇ ଗବେଷକମାନଙ୍କଠାରୁ ଆରମ୍ଭ କରି ସନ୍ଥମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି ।

କିନ୍ତୁ ଏ ପ୍ରକାର ସ୍ଥିତିରେ ମୁଖ୍ୟମନ୍ତ୍ରୀ ସେହି ଜଳରେ ସ୍ନାନ କରି ତାକୁ ପିଉଥିବା ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଉଦବେଗ ପ୍ରକାଶ କରିଛନ୍ତି ।