fbpx

‘ରାଜ୍ୟକୁ ୧ ନମ୍ବର କରିବାକୁ ପ୍ରୟାସ କରାଯିବ’: ନାମ ଘୋଷଣା ପରେ ମୋହନ ମାଝୀଙ୍କ ପ୍ରତିକ୍ରିୟା

Advertisement

ଭୁବନେଶ୍ୱର: ଆଜି ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ବିଜେପି କାର୍ଯ୍ୟାଳୟରେ ଘୋଷଣା ପାଇଛି । ସର୍ବସମ୍ମତିକ୍ରମେ ମୋହନ ମାଝୀ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ହେବା ପରେ ମୋହନ ମାଝିଙ୍କ ପ୍ରଥମ ପ୍ରିତିକ୍ରିୟା ସାମ୍ନାକୁ ଆସିଛି । ମୋହନ ମାଝୀଙ୍କ ପ୍ରତିକ୍ରିୟା ଅନୁଯାୟୀ, ସେ ସର୍ବପ୍ରଥମେ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ ଜଣାଇଛନ୍ତି । ଏହାପରେ ସେ କହିଛନ୍ତି ଯେ, ‘ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେପି ସରକାର ଗଢିଛି । ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି ବିଜେପି । ସାଢେ ଚାରିକୋଟି ଜନତା ପରିବର୍ତ୍ତନ ଚାହିଁଥିଲେ । ଓଡ଼ିଶାବାସୀଙ୍କୁ ସମର୍ଥନ ପାଇଁ ପ୍ରଣାମ ଜଣାଉଛି । ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରାଯିବ । ରାଜ୍ୟକୁ ୧ ନମ୍ବର କରିବାକୁ ପ୍ରୟାସ କରାଯିବ ।’

Get real time updates directly on you device, subscribe now.