fbpx

Video; ଝଡ଼ାଫୁଙ୍କା ନାଁରେ ଅସଦାଚରଣ, ପଞ୍ଚାୟତ ମଝିରେ ମୌଲାନାଙ୍କୁ ଜୋତାରେ ପିଟିଲେ ମହିଳା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୋରାଦାବାଦ ଜିଲ୍ଲାର ସିଭିଲ ଲାଇନ୍ସ ଥାନା ଅଞ୍ଚଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମୌଲାନା ଜଣେ ଯୁବତୀଙ୍କୁ ଝଡ଼ାଫୁଙ୍କା କରିବା ବାହାନାରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଝଡ଼ାଫୁଙ୍କା ବାହାନାରେ ଅଭିଯୁକ୍ତ ମୌଲାନା ଜଣେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ କରିଥିଲା।  ରାଗରେ ପଞ୍ଚାୟତରେ ମୌଲାନାଙ୍କୁ ଚପଲରେ ପିଟିଛନ୍ତି ମହିଳା।

ଏହି ଅସଦାଚରଣର ଭିଡିଓ ପଞ୍ଚାୟତରେ ଉପସ୍ଥିତ ଥିବା ଲୋକମାନେ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି । ମୌଲାନା ପିଲାଙ୍କୁ ଟ୍ୟୁସନ୍ ଦେଉଥିଲେ, ମୌଲାନାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁରାଦାବାଦ ପୁଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ଭାଇରାଲ ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଇଛି। ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଛି।

ମୋରାଦାବାଦ ଜିଲ୍ଲାର ଥାନା ସିଭିଲ ଲାଇନ୍ସ ଅଞ୍ଚଳର ଅଗୱାନପୁରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ପଂଚାୟତକୁ ଡକାଯାଇଛି ଯେଉଁଥିରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ବହୁ ସଂଖ୍ୟାରେ ଏକାଠି ବସିଛନ୍ତି । ଯେଉଁଥିରେ ଜଣେ ମହିଳା ଜଣେ ମୌଲାନାଙ୍କୁ ମାଡ଼ ମାରୁଛନ୍ତି। ଭାଇରାଲ ଭିଡିଓରେ ମହିଳା ଜଣକ କହୁଥିବାର ଶୁଣିବାକୁ ମିଳୁଛି, ମୌଲାନା, ମୁଁ ତାଙ୍କ ମୁହଁ ଫଟାଇଦେବି। ମାତ୍ର ୨୮ ସେକେଣ୍ଡର ଭିଡିଓରେ ମହିଳା ଜଣକ ମୌଲାନାଙ୍କୁ ଚପଲରେ ଅନେକ ଥର ମାଡ଼ ମାରିଛନ୍ତି।

ଭାଇରାଲ ଭିଡିଓରେ କିଛି ଲୋକ ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ମହିଳା ଜଣକ ଲଗାତାର ମୌଲବୀଙ୍କୁ ପିଟି ଚାଲିଛନ୍ତି। ମୌଲବୀ ଛାତ୍ରୀଙ୍କୁ ଟଙ୍କା ଆଦାୟ କରିବା ବାହାନାରେ ଛାତ୍ରୀଙ୍କୁ ଝଡ଼ାଫୁଙ୍କା କରିବା ବାହାନାରେ ଅସଦାଚରଣ ଅଭିଯୋଗ ହୋଇଛି। ମୁରାଦାବାଦରେ ଭାଇରାଲ ହେଉଥିବା ଭିଡିଓ ଘଟଣାର ତଦନ୍ତ ଚଳାଇଛି ପୋଲିସ।

Get real time updates directly on you device, subscribe now.