fbpx

ରାସ୍ତାକଡରେ ଥିବା ମୋମୋସ୍ ଖାଉଛନ୍ତି କି ? ଜାଣନ୍ତୁ ଏହାର ବିପଦ

ପ୍ରତ୍ୟେକ ବ୍ୟକ୍ତି ନିଜ ପାଟିର ସ୍ୱାଦ ପାଇଁ ବଜାରରୁ ବିଭିନ୍ନ ପ୍ରକାର ଖାଦ୍ୟ ସେବନ କରିଥାନ୍ତି । କିଏ ତେଲ ଜାତିୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ତ ଆଉ କିଏ ପିଜା ବରଗର ଇତ୍ୟାଦି ଖାଇଥାନ୍ତି । ତେବେ ଏହିସବୁ ଖାଦ୍ୟ ମଧ୍ୟରେ ମୋମସ୍ ମଧ୍ୟ ସାମିଲ ଅଛି । ଯାହାର ଚାହିଦା ଆଜିର ସମୟରେ ଖୁବ୍ ବେଶି ରହିଛି । ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ମୋମସ୍ ଖାଇଥାନ୍ତି । ଖାସ୍ କରି ଆଜିକାଲି ରାସ୍ତାକଡରେ ଏହି ମୋମସ୍ ଅଧିକ ମାତ୍ରାରେ ଏବଂ ଶସ୍ତାରେ ମଧ୍ୟ ମିଳୁଛି । ଯାହାକୁ ମେୟୋନିଜ୍ ଏବଂ ଲାଲ୍ ଚଟଣି ସହତ ଦିଆଯାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ରାସ୍ତା କଡରେ ଥିବା ଏହି ମୋମୋସ୍ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତି କାରକ ହୋଇଥାଏ । ଏଥିସହିତ ଏଥିରେ ଦିଆଯାଉଥିବା ଲାଲ୍ ଚଟଣୀ ଶରୀର ଉପରେ କେତେ ମାତ୍ରାରେ ପ୍ରଭାବ ପକାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସମ୍ପର୍କରେ…

ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ମୋମୋସ୍: ମୋମୋସ୍ ସୂକ୍ଷ୍ମ ମଇଦାରୁ ନିର୍ମିତ ହୋଇଥାଏ । ଏଥିରେ ଆଜୋଡିକାର୍ବୋନାମାଇଡ୍, ବେନୋଜୋଏଲ୍ ପେରକ୍ସାଇଡ୍ ପରି ଉପାଦାନଗୁଡିକ ସାମିଲ ଥାଏ । ଏଥିସହିତ ମୋମୋସକୁ ନରମ ରଖିବା ପାଇଁ ଏଥିରେ ଆଲକ୍ସାନ୍ ନାମକ ଏକ ଉପାଦାନ ମଧ୍ୟ ମିଶ୍ରଣ କରାଯାଇଥାଏ । ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ । ବାସ୍ତବରେ, ମମୋସ୍ ତିଆରି କରିବା ପାଇଁ ମଇଦାରେ ଯୋଗ କରାଯାଉଥିବା ଏହି ଉପାଦାନଗୁଡିକ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଏହି ଉପାଦାନଗୁଡ଼ିକ ଶରୀରର ଅଗ୍ନାଶୟକୁ କ୍ଷତି ପହଞ୍ଚାଇପାରେ । ଏହା ବ୍ୟତୀତ ଏହା ମଧୁମେହ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।

ମୋମୋସର ଲାଲ୍ ଚଟଣି ମଧ୍ୟ କ୍ଷତିକାରକ:ତେବେ ଆଜିକାଲି ରାସ୍ତାକଡରେ ଏହି ମୋମସ୍ ଅଧିକ ମାତ୍ରାରେ ଏବଂ ଶସ୍ତାରେ ମଧ୍ୟ ମିଳୁଛି । ଯାହାକୁ ମେୟୋନିଜ୍ ଏବଂ ଲାଲ୍ ଚଟଣି ସହତ ଦିଆଯାଏ । ଯାହାକି ଲାଲ୍ ଶୁଖିଲା ଲଙ୍କାରୁ ପ୍ରସ୍ତୁତ ହୋଇଥାଏ । ଏଥିସହିତ ଏହା ବହୁତ ମସଲା ଯୁକ୍ତ ମଧ୍ୟ ହୋଇଥାଏ । ତେବେ ଏହାକୁ ସେବନ କରିବା ଦ୍ୱାରା ପେଟ ଜନିତ ସମସ୍ୟା ଦେଖାଦେଇଥାଏ । ଯାହାକି ପରବର୍ତ୍ତି ମୁହୂର୍ତ୍ତରେ ଅନେକ ସମସ୍ୟା ସୃଷ୍ଟି କରେ । ତେଣୁ ଅଧିକ ମୋମୋସ୍ ଖାଇବା ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ ।

Get real time updates directly on you device, subscribe now.