(Video) ମାଙ୍କଡ ପ୍ରତି ସାବଧାନ, ମହିଳାଙ୍କ ଚୁଟି ଝିଙ୍କି କରିଦେଲା ନାକେଦମ

ନୂଆଦିଲ୍ଲୀ- ସୋସିଆଲ ମିଡିଆରେ ମାଙ୍କଡ ଆକ୍ରମଣର ଏକ ଭିଡିଓ ଭାଇରାଲ ହେଉଛି । ମାଙ୍କଡ ମହିଳାଙ୍କ ଚୁଟି ଝିଙ୍କି ତାଙ୍କ ଅବସ୍ଥା ଖରାପ କରି ଦେଇଛି । ଭିଡିଓଟିରେ ମାଙ୍କଡ ଯେମିତି ଆସି ଚୁଟି ଟାଣୁଛି ତାହା ଦେଖିବାକୁ ମଜା ଲାଗୁଥିବା ବେଳେ କିନ୍ତୁ ସାଙ୍ଘାତିକ । ଖାଲି ଗୋଟିଏ ନୁହେଁ ଦୁଇ ଦୁଇଟି ହନୁ ଆସି ମହିଳାଙ୍କ ଚୁଟି ଟାଣି ଆକ୍ରାନ୍ତ କରିଦେଉଥିବା ଦେଖିବାକୁ ମିଳୁଛି ଭିଡିଓରେ ।

ତେବେ ଏହା କେଉଁ ସ୍ଥାନର ଭିଡିଓ ତାହା ଜଣାପଡି ନ ତିବା ବେଳେ କିନ୍ତୁ ଦେଖିବାକୁ ମିଳୁଛି । ହୁଏକ ବାଲକୋନିରେ ଜଣେ ମହିଳା ତାଳିରେ ଶାଗ ବାଛୁଛନ୍ତି । ଶାଗ ବଛାରେ ମହିଳା ଏକଦମ ନିମଗ୍ନ ଥିବା ବେଳେ ବାଲକୋନୀ ବାଡାରେ ଗୋଟିଏ ହନୁ ବସି ହାତ ଗଳାଇ ମହିଳାଙ୍କ ଚୁଟି ଧରି ଝିଙ୍କିଥିଲା । ଏମିତି ଜୋର ଦେଉ ଚୁଟି ଝିଙ୍କିଲା କି ମହିଳାଙ୍କ ହାତରୁ ଶାଗ ଥାଳି ଖସି ପଡିଲା ଓ ସେ ଯନ୍ତ୍ରଣାରେ ଚିକ୍ରାର ରି ଚୁଟି ଛଡାଇବାକୁ ଚେଷ୍ଟା କଲେ ।

ହେଲେ ଚୁଟି ଛଡେଇବେ କଣ ସେହି ହନୁର ସାଥ ଦେବାକୁ ଆଉ ଏକ ହନୁ ଆସି ସହଯୋଗ କଲା ଓ ମହିଳାଙ୍କ ଚୁଟି ଟାଣିଲା । ତେବେ ମହିଳାଙ୍କ ସବୁ ଚେଷ୍ଟା ବ୍ୟର୍ଥ ଯିବା ପରେ ତାଙ୍କ ଚିକ୍ରାର ଶୁଣି ପରିବାରର ଜଣେ ସଦସ୍ୟ ଆସିବାରୁ ମାଙ୍କଡ ଦୁଇଟି ସେଠାରୁ ଚମ୍ପଟ ମାରିଥିଲେ । ଏହି ଭିଡିଓଟି ଉପରେ ୟୁଜର୍ସ ମଜେଦାର କମେଣ୍ଟ ଦେଉଛନ୍ତି । ଜଣେ ଲେଖିଛନ୍ତି, ମହିଳାଙ୍କ ଚୁଟିରେ ବହୁତ ଉକୁଣୀ ଥିବା କାରଣରୁ ମାଙ୍କଡ ନିଜକୁ ଅଟକାଇ ପାରି ନ ଥିଲେ । ଭାବିତିଲେ ସବୁ ଉକୁଣୀ ଖାଇଯିବେ ।