fbpx

ଦେଶର ଏହି ଗାଁରେ ୩୨ ଏକର ଜମିର ମାଲିକ ହେଉଛନ୍ତି ମାଙ୍କଡ, ବିବାହରେ ମିଳେ ବିଶେଷ ସମ୍ମାନ

ଔରଙ୍ଗାବାଦ: ଆଜି ସମାଜରେ ଖଣ୍ଡେ ଜମିକୁ ନେଇ ଭାଇ-ଭାଇ ଭିତରେ ହଣାକଟା ସାଧାରଣ କଥାରେ ପରିଣତ ହୋଇ ଯାଇଛି। ଏମିତି ସମୟରେ ମହାରାଷ୍ଟ୍ରର ଉସମାନାବାଦ ଜିଲ୍ଲାର ଏକ ଗାଁରେ ବିଚିତ୍ର ମାମଲା ଦେଖିବାକୁ ମିଳିଛି। ଏଠାରେ ୩୨ ଏକର ଜାଗାକୁ ମାଙ୍କଡଙ୍କ ନାଁରେ କରି ଦିଆଯାଇଛି। ଗାଁରେ ମାଙ୍କଡଙ୍କ ପାଇଁ ଲୋକଙ୍କ ମନରେ ଏତେ ସମ୍ମାନ ଯେ ପ୍ରତିଟି ବିବାହ ସମାରୋହରେ ଅତିଥିଙ୍କ ପୂର୍ବରୁ ମାଙ୍କଡମାନଙ୍କୁ ଆଗେ ଖାଇବାକୁ ଦିଆଯାଏ।

ମହାରାଷ୍ଟ୍ରର ଉସମାନାବାଦ ଜିଲ୍ଲାର ଉପଲା ଗାଁ ମାଙ୍କଡଙ୍କ ସମ୍ମାନକୁ ନେଇ ବେଶ ଚର୍ଚ୍ଚାରେ ରହିଛି। ଏଠାକାର ଲୋକେ ମାଙ୍କଡଙ୍କୁ ଖାସ୍ ସମ୍ମାନ ଦେଇଥାନ୍ତି। ନିଜ ଦ୍ଵାର ନିକଟକୁ ଆସିଲେ ସେମାନଙ୍କୁ ଖାଇବାକୁ ଦେଇଥାନ୍ତି। କେବେ କେବେ ବିବାହ ସମାରୋହ ଆରମ୍ଭ ପୂର୍ବରୁ ମାଙ୍କଡମାନଙ୍କୁ ସମ୍ମାନ କରାଯାଏ।

ଉପଲା ଗ୍ରାମ ପଞ୍ଚାୟତର ଭୂମି ଅଭିଲେଖାଙ୍କ ଅନୁସାରେ, ୩୨ ଏକର ଜମି ଗାଁରେ ରହୁଥିବା ମାଙ୍କଡଙ୍କ ନାମରେ ରହିଛି। ସରପଞ୍ଚ ବପ୍ପା ପଡଓ୍ଵାଲ କହିଛନ୍ତି, କାଗଜପତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଜମି ମାଙ୍କଡର। ହେଲେ ଏହି ନିୟମ କିଏ ଏବଂ କେବେ କଲା, ଏହାର କିଛି ସୂଚନା ନାହିଁ।

ସରପଞ୍ଚ କହିଛନ୍ତି, ଗାଁରେ ସମସ୍ତ ଅନୁଷ୍ଠାନର ଅଂଶ ବିଶେଷ ହେଉଛନ୍ତି ଏହି ମାଙ୍କଡମାନେ। ଗାଁରେ ପ୍ରାୟ ୧୦୦ ମାଙ୍କଡ ଅଛନ୍ତି। ହେଲେ ଧିରେ ଧିରେ ସେମାନଙ୍କ ସଂଖ୍ୟା କମ ହେବାରେ ଲାଗିଛି। କାରଣ ପଶୁ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ରୁହନ୍ତି ନାହିଁ। ପ୍ରଥମେ ଯେବେ ଗାଁରେ ବିବାହ ହେଉଥିଲା, ମାଙ୍କଡମାନଙ୍କୁ ପ୍ରଥମେ ଭୋଜନ କରାଯାଉଥିଲା ଏବଂ ଏହା ପରେ ହିଁ ସମାରୋହ ଆରମ୍ଭ ହେଉଥିଲା। ମାତ୍ର ବର୍ତ୍ତମାନ ସମସ୍ତେ ଏହି ପ୍ରଥାକୁ ପାଳନ କରୁ ନାହାନ୍ତି।

Get real time updates directly on you device, subscribe now.