fbpx
BSKY SKY
BSKY SKY

ପାଣିପାଗ- ରାଜ୍ୟରେ ୪ ଦିନ ଜାରି ରହିବ କାଳବୈଶାଖୀ ବର୍ଷା: ୨୪ ଘଣ୍ଟା ପାଇଁ ୯ ଘଣ୍ଟାକୁ ସତର୍କବାଣୀ

BSKY

ଭୁବନେଶ୍ୱର: ରାଜ୍ୟରେ ଆହୁରି ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ କାଳବୈଶାଖୀ ବର୍ଷା । ପ୍ରବଳ ବର୍ଷା ସାଭ୍ଗକୁ ଘଡଘଡି ହେବାର ପୂର୍ବାନୁମାନ ହୋଇଛି । ତେବେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ମୋଟ ୯ଟି ଜିଲ୍ଲାକୁ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହେବାର ସମ୍ଭାବନା ରହିଥିବା ବେଳେ ଏସବୁ ଜିଲ୍ଲାକୁ ସତର୍କ କରାଯାଇଛି । ତେବେ ଏହି ୯ଟି ଜିଲ୍ଲାମାନଙ୍କ ମଧ୍ୟରୁ ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡାରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି । ସେହିପରି କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ମାଲକାନାଗିରିରେ ମଧ୍ୟ ବର୍ଷାର ପରିମାଣ ବଢିପାରେ । ଏହାସହିତ ରାଜ୍ୟର ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ଏହି ଦିନମାନଙ୍କରେ କାଳବୈଶାଖୀ ପ୍ରଭାବରେ ବର୍ଷା ଏବଂ ଘଡଘଡି ଦେକିବାକୁ ମିଳିପାରେ ।

Get real time updates directly on you device, subscribe now.