fbpx

ଅଥର୍ବଙ୍କ ମାଡରେ ମ୍ୟାଚ ୱିନରଙ୍କୁ ଝଟକା: ଆହତ ହୋଇ ଫେରିଲେ ପାଭିଲିୟନ

ମୋହାଲି: ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ପଞ୍ଜାବ କିଙ୍ଗସ ବିପକ୍ଷରେ ଦେକିବାକୁ ମିଳିଛି ଏକ ହାଇ ଭୋଲ୍ଟେଜ ମ୍ୟାଚ । ଅଲରାଉଣ୍ଡ ପ୍ରଦର୍ଶନ କରି ୫୬ ରନରେ ଏହି ମ୍ୟାଚକୁ ସହଜରେ ଜିତି ନେଇଛି ରାହୁଲ ସେନା । କିନ୍ତୁ ମ୍ୟାଚ ଶେଷ ବେଳକୁ କେ.ଏଲ ରାହୁଲଙ୍କ ଟିମକୁ ଏକ ଶକ୍ତ ଝଟକା ଲାଗିଛି । ଏହି ମ୍ୟାଚର ସୁପରଷ୍ଟାର ମାର୍କସ ଷ୍ଟୋଇନିସ ଗୁରୁତର ଆହତ ହୋଇ ପାଭିଲିୟନ ଫେରିଛନ୍ତି । ତେଣୁ ଆଗକୁ ତାଙ୍କର ମ୍ୟାଚ ଖେଳିବା ନେଇ ଏକ ଆଶଙ୍କା ଦେଖା ଦେଇଛି । ପଞ୍ଜାବ ବିପକ୍ଷରେ ଷ୍ଟୋଇନିସ ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ ।

ତେବେ ପ୍ରଥମ ଇନିଂସରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିବା ପରେ ବୋଲିଂରେ ମଧ୍ୟ ନିଜର ଜଲୱା ଦେଖାଉଥିଲେ ଷ୍ଟୋଇନିସ । କିନ୍ତୁ ପଞ୍ଜାବର ଷ୍ଟାର ଖେଳାଳି ଅଥର୍ବ ତାଇଡେଙ୍କ ମାଡରେ ସେ ଆହତ ହୋଇ ଯାଇଛନ୍ତି । ଷ୍ଟୋଇନିସଙ୍କ ଏହି ଆହତ ସମସ୍ୟା ରାହୁଲଙ୍କ ପାଇଁ ଚିନ୍ତାର ବିଷୟ ପାଲଟି ଯାଇଛି । ନିଜର ଦ୍ୱିତୀୟ ଓଭର ବୋଲିଂ କରୁଥିବା ବେଳେ ତାଙ୍କ ବଲରେ ଏକ ଜୋରଦାର ଶଟ ଖେଳିଥିଲେ ଅଥର୍ବ । ଏହି ଷ୍ଟ୍ରେଟ ଡ୍ରାଇଭକୁ ରୋକିବାକୁ ଚେଷ୍ଟା କରିବା ବେଳେ ଅଙ୍ଗୁଠିରେ ବଲ ବାଜିବାରୁ ଗୁରୁତର ଆହତ ହୋଇଛନ୍ତି ଷ୍ଟୋଇନିସ । ତେବେ ସୁପର ଜିଆଣ୍ଟସର ମେଡିକାଲ ଷ୍ଟାଫ ଆଘାତକୁ ପରୀକ୍ଷା କରିବା ପରେ ଷ୍ଟୋଇନିସ ୧.୫ ବୋଲିଂ କରି ପାଭିଲିୟନ ଫେରିଯାଇଥିଲେ ।

ବର୍ତ୍ତମାନ ଷ୍ଟୋଇନିସଙ୍କ ଆଙ୍ଗୁଠିର ସ୍ନାକ୍ସ କରାଯିବ, ଯାହାପରେ ଆଗାତର ଗମ୍ଭୀରତା ସମ୍ପର୍କରେ ଜଣାପଡିବ । ତେବେ ଏହି ଆହତ ସମସ୍ୟା ଯୋଗୁଁ ମାର୍କସ ଷ୍ଟୋଇନିସ କିଛିଟା ମ୍ୟାଚ ପାଇଁ ଉପଲବ୍ଧ ହୋଇ ନ ପାରନ୍ତି । ଏମିତିକି ଆଘାତ ଅଧିକ ହୋଇଥିଲେ ସେ ସମ୍ପୂର୍ଣ୍ଣ ସିଜନରୁ ବାଦ୍ ପଡି ପାରନ୍ତି । ତେବେ ଷ୍ଟୋଇନିସଙ୍କ ଭଳି ସୁପରଷ୍ଟାର ଅଲରାଉଣ୍ଡରଭ୍କ ଆହତ ସମସ୍ୟା ଦଳ ପାଇଁ ଚିନ୍ତାର ବିଷୟ ହୋଇପାରେ ।

Get real time updates directly on you device, subscribe now.