ସମୟ ପୂର୍ବରୁ ମୌସୁମୀର ଏଣ୍ଟ୍ରି, ଆଗାମୀ 24 ଘଣ୍ଟାରେ ଛୁଇଁବ କେରଳ

ଆଗାମୀ 24 ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଛୁଇଁବ । ଏନେଇ କେରଳର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି ।

ନୂଆଦିଲ୍ଲୀ: ଏଥର ଆଗୁଆ ଆଶୁଛି ମୌସୁମୀ । ଆଗାମୀ 24 ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଛୁଇଁବ । ଏନେଇ କେରଳର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

୧୩ ତାରିଖରେ ଆଣ୍ଡାମାନ ସାଗରରେ ପ୍ରବେଶ କରିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇସାରିଛି । ତେବେ ଦୀର୍ଘ 16 ବର୍ଷ ପରେ ଏଥର ଶୀଘ୍ର ମୌସୁମୀ ଛୁଇଁଛି ବୋଲି କୁହାଯାଉଛି ।