ଓଡ଼ିଶା ଛୁଇଁଲା ମୌସୁମୀ; ନିର୍ଦ୍ଧାରିତ ସମୟର 10 ଦିନ ପୂର୍ବରୁ ପହଞ୍ଚିଲା
ଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚଲା ମୌସୁମୀ ।
ଭୁବନେଶ୍ବର: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର 10 ଦିନ ପୂର୍ବରୁ ପହଞ୍ଚଲା ମୌସୁମୀ । ଓଡ଼ିଶା ସହ ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼ ମଧ୍ୟ ଛୁଇଁଲା ମୌସୁମୀ ବାୟୁ । ଆଗାମୀ ଦୁଇ ଦିନରେ ମୌସୁମୀ ଉତ୍ତର-ପୂର୍ବ ରାଜ୍ୟ ଛୁଇଁବ । ତେବେ ଗତବର୍ଷ ଜୁନ୍ 8ରେ ଓଡ଼ିଶା ଛୁଇଁଥିଲା ମୌସୁମୀ ବାୟୁ ।
ଏପଟେ ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଛି । ତେବେ ଆସନ୍ତା 31 ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଲଗାତାର 4 ଦିନ ଯାଏଁ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରବଳ ବର୍ଷା ପାଇଁ 4 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଏବଂ 19 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ଜଗତସିଂହପୁର,କେନ୍ଦ୍ରାପଡାମ, ଯାଜପୁର ଏବଂ କଟକକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସହିତ ପବନ ମଧ୍ୟ ବୋହିପାରେ ବୋଲି କୁହାଯାଇଛି ।