ଚନ୍ଦ୍ର ଆମଠାରୁ ଦୂରେଇ ଯିବ, ଏଣିକି ପୃଥିବୀରେ ୨୪ ବଦଳରେ ୨୫ ଘଣ୍ଟା ହୋଇଯିବ କି ଦିନ? ଜାଣନ୍ତୁ
ଏଣିକି ପୃଥିବୀରେ ୨୪ ପରିବର୍ତ୍ତେ ୨୫ ଘଣ୍ଟା ହେବ କି ଦିନ? ଜାଣନ୍ତୁ
ନୂଆଦିଲ୍ଲୀ: ଆମ ପୃଥିବୀରେ ବର୍ତ୍ତମାନ ୨୪ ଘଣ୍ଟା ଦିନ ରହୁଛି। ଏଥିରେ ଆମେ ଆରମରେ କାମ ଏବଂ ମନୋରଞ୍ଜନ ସହ ଅନେକ ଦିନ କାମ କରୁଛୁ। ଯଦି ଏହି ଦିନ ୨୫ ଘଣ୍ଟା ହୋଇଯିବ ତେବେ ଆହୁରି ରୋମାଞ୍ଚକର ହେବ। ଏହାକୁ ଆମ ଆଗମୀ ପିଢି ହିଁ ଅନୁଭବ କରିପାରିବେ।
ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ମୁତାବକ, ୱିସ୍କନସିନ୍-ମାଡିସନ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଏକ ରିସର୍ଚ୍ଚ ଜେିଆରେ ଏହି ବିଷୟରେ କହିଛନ୍ତି।
ସେମାନଙ୍କ ଅନୁଯାୟୀ, ପ୍ରତି ବର୍ଷ ୩.୮ ସେଣ୍ଟିମିଟରରେ ପୃଥିବୀଠାରୁ ଚନ୍ଦ୍ର ଦୂରେଇ ଯାଉଛି। ଏତିରେ ପୃଥିବୀ ଘୂରିବାର ଗତିକୁ ଧିମା କରିଦେବ, ଯାହାର ପରିଣାମସ୍ୱରୂପ ୨୫ ଘଣ୍ଟା ଦିନ ହେବ।
ରୟାଲ ହାଲୱେ, ୟୁନିଭର୍ସିଟି ଅଫ୍ ଲଣ୍ଡନର ପ୍ରଫେସର ଡେଭିଡ ୱାଲଥମ କହିଛନ୍ତି ଯେ, ଏହା tidal forces ପାଇଁ ହୁଏ। ଯାହା ଧିରେ ଧିରେ ପୃଥିବୀର ବୁଲିବା ଗତିକୁ କମ କରିଦିଏ।
ଚନ୍ଦ୍ରମାର ଚନ୍ଦ୍ରର ଗୁରୁତ୍ୱାକର୍ଷଣ ପୃଥିବୀରେ ଜୁଆର ସୃଷ୍ଟି କରେ, ଯାହା ବ୍ରେକ୍ ଭଳି କାମ କରେ। ଏଥିରେ ଗ୍ରହମାନଙ୍କ ବୁଲିବା ଧିରେ ଧିରେ କମ ହୋଇଯାଇଥାଏ।
ଏହା ପରିବର୍ତ୍ତେ ପୃଥିବୀ ଦ୍ୱାରା ହଜିଯାଇଥିବା ଶକ୍ତି ଚନ୍ଦ୍ରମାକୁ ସ୍ଥାନାନ୍ତରୀତ ହୋଇଯାଇଥାଏ। ଏଥିରେ ସେ ଧିରେ ଧିରେ ଦୂର ହୋଇଯାଇଥାଏ।
ପୂର୍ବରୁ ୧୮ ଘଣ୍ଟା ଥିଲା ଦିନ: ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସେସ୍ ଦ୍ୱାରା ପ୍ରକାଶିତ ଏବଂ ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ଏହି ଅଧ୍ୟୟନ ପୃଥିବୀର ଦୂର ଅତୀତ ବିଷୟରେ ମଧ୍ୟ ଅନ୍ତର୍ଦୃଷ୍ଟି ପ୍ରଦାନ କରେ।
ପ୍ରାୟ 1.4 ବିଲିୟନ ବର୍ଷ ପୂର୍ବେ, ଯେତେବେଳେ ଚନ୍ଦ୍ର ବହୁତ ନିକଟତର ଥିଲା, ପୃଥିବୀରେ ଏକ ଦିନ 18 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ସେବେଠାରୁ, ଚନ୍ଦ୍ର ଦୂରକୁ ଯିବା ସହିତ, ଦିନର ଦୈର୍ଘ୍ୟ ଧୀରେ ଧୀରେ ବୃଦ୍ଧି ପାଇଲା।