fbpx

ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି ପାଇଛି । ସଙ୍ଗରୋଧ କେନ୍ଦ୍ରରୁ ୧୦୭ ଓ ସ୍ଥାନୀୟ ଅଞ୍ଚଳରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଚିହ୍ନଟ ହୋଇଥିବା ୧୧୨ ଆକ୍ରାନ୍ତଙ୍କ ମଧ୍ୟରୁ ଓଡ୍ରାଫ, ଏନଡ଼ିଆରଏଫ ଓ ଅଗ୍ନିଶମର ୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସେହିପରି ପୁରୀ ଜିଲ୍ଲାରୁ ସର୍ବାଧିକ ୧୫, ମୟୁରଭଞ୍ଜରୁ୭, ଖୋର୍ଦ୍ଧାରୁ ୮, ଗଞ୍ଜାମରୁ ୬, ଅନୁଗୁଳୁରୁ୬,  ଗଜପତି, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର ଓ କେନ୍ଦୁଝରରୁ ୫ଜଣ ଲେଖାଏଁ, ନୟାଗଡ଼ରୁ ୪, ସୁନ୍ଦରଗଡ଼ରୁ ୪, ବୌଦ୍ଧରୁ ୩, କଟକରୁ ୩, ମାଲକାନଗିରିରୁ ୩, ଯାଜପୁରରୁ ୩,  ଦେବଗଡ଼ରୁ ୨, ଝାରସୁଗୁଡ଼ାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.