fbpx

ଖୁସି ଖବର: ରାଜ୍ୟରେ ଆଉ ୮୦୮ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୪ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ରାୟଗଡରେ ୬୩, କଟକରେ ୩୫, ମାଲକାନଗିରିରେ ୩୦, ଗଜପତିରେ ୨୨, ବାଲେଶ୍ୱରରେ ୧୯, ଖୋର୍ଦ୍ଧାରେ ୧୯, ବରଗଡରେ ୧୮, ବୌଦ୍ଧରେ ୮ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା ଓ କେନ୍ଦୁଝରରେ ୭ ଜଣ ଲେଖାଏଁ, ସମ୍ବଲପୁରରେ ୫, ନବରଙ୍ଗପୁରରେ ୪, ସୁନ୍ଦରଗଡରେ ୩, ଅନୁଗୁଳ, ଯାଜପୁର ଓ ପୁରୀରେ ୨ ଜଣ ଲେଖାଏଁ, କୋରାପୁଟ ଓ ନୟାଗଡରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.