fbpx

୩ ଦିନରେ ୧ କୋଟିରୁ ଅଧିକ ଡାଉନଲୋଡ୍, ବଢ଼ୁଛି ନୂଆ ପବଜି ଗେମର ଲୋକପ୍ରିୟତା

ନୂଆଦିଲ୍ଲୀ: ଭାରତକୁ ପୁଣିଥରେ ରିଟର୍ଣ୍ଣ କରିଛି ପବଜି ଗେମ୍ । ସାଉଥ୍ କୋରିଆର ଗେମ୍ ଡେଭଲପର୍ କମ୍ପାନୀ କ୍ରାଫ୍ଟନ୍ ନିକଟରେ ନୂଆ ଗେମ୍ ପବଜି ନ୍ୟୁ ଷ୍ଟେଟ୍ ଲଞ୍ଚ କରିଛି । ଏହି ଗେମ୍ ଭାରତ ସମେତ ୨୦୦ଟି ଦେଶରେ ଲଞ୍ଚ କରାଯାଇଛି । ଭାରତରେ ଏହି ଗେମ୍ ର ଲୋକପ୍ରିୟତା ଖୁବ୍ ବଢ଼ିଛି । ଗୁଗୁଲ ପ୍ଲେ ଷ୍ଟୋର୍ ରେ ଏହି ଗେମ୍ କୁ ବିଶ୍ୱବ୍ୟାପୀ ୧ କୋଟିରୁ ଅଧିକ ଲୋକ ଡାଉନଲୋଡ୍ କରିସାରିଲେଣି । ମାତ୍ର ତିନିଦିନରେ ୧ କୋଟିରୁ ଅଧିକ ଜଣ ଡାଉନଲୋଡ୍ କରିଛନ୍ତି ।

ତେବେ ଏହି ଗେମ୍ ଟି ଲଞ୍ଚ ହେବା ପୂର୍ବରୁ ଗୁଗୁଲ ପ୍ଲେ ଷ୍ଟୋରରେ ଓ ଆପଲ୍ ଷ୍ଟୋରରେ ୪୦ ମିଲିୟନ୍ ଅଧିକ ପ୍ରି-ରେଜିଷ୍ଟ୍ରେସନ୍ ହୋଇଥିଲା । ପବଜି ନ୍ୟୁ ଷ୍ଟେଟ୍ ହେଉଛି ଏକ ଫ୍ରୀ-ଟୁ-ପ୍ଲେ ମୋବାଇଲ ଗେମ୍ ର ଏହା ୧୭ଟି ଅଲଗା ଅଲଗା ଭାଷାକୁ ସମର୍ଥନ କରିଥାଏ । ଏହି ନୁତନ ଗେମ୍ ଜରିଆରେ ଓରିଜିନାଲ୍ ଗେମ୍ ପ୍ଲେ ଫିଚର୍ସ ମାଧ୍ୟମରେ ବ୍ୟାଟଲ୍ ଗ୍ରାଉଣ୍ଡ୍ ରୟଲ୍ ଥିମ୍ କୁ ଆଗକୁ ବଢ଼ାଯିବ ।

ଆପଣ ନିଜର ଆଣ୍ଡ୍ରଏଡ୍ ଡିଭାଇସ୍ ରେ ଗୁଗୁଲ ପ୍ଲେ ଷ୍ଟୋର୍ କୁ ଯାଇ ପବଜି ନ୍ୟୁ ଷ୍ଟେଟ୍ ଖେଳିପାରିବେ । ଏହି ଗେମ୍ କୁ ଖେଳିବା ପାଇଁ ୟୁଜରଙ୍କ ଫୋନ୍ ରେ ୨ଜିବି ରାମ୍ ଓ ଆଣ୍ଡ୍ରଏଡ୍ ୬.୦ କିମ୍ବା ତାର ଅପଗ୍ରେଡ୍ ଓଏଏସ୍ ଯୁକ୍ତ ଫୋନ୍ ଥିବା ଆବଶ୍ୟକ । ଏହି ଗେମ୍ ର ଆଣ୍ଡ୍ରଏଡ୍ ଭାରିଆଣ୍ଟ ୧.୪ ଜିବି ହୋଇଥିବା ବେଳେ ଆଇଓଏସ୍ ଭାରିଆଣ୍ଟରେ ୧.୫ ଜିବି ରହିଛି ।

 

Get real time updates directly on you device, subscribe now.