fbpx

ପୁଣି ନୂଆ ରେକର୍ଡ, ୧୧ ଦିନରେ ତୃତୀୟ ଥର ପାଇଁ ୧କୋଟିରୁ ଅଧିକ ଟିକାକରଣ

ନୂଆଦିଲ୍ଲୀ: ଭାରତରେ କୋଭିଡ ବିରୋଧରେ ଟିକାକରଣ ଅଭିଯାନ ପ୍ରତିଦିନ ରେକର୍ଡ କରୁଛି । ସୋମବାର ଦିନ ଦେଶରେ ୧ କୋଟିରୁ ଅଧିକ ଲୋକଙ୍କୁ ଟିକା ଲଗାଯାଇଛି । ୧୧ ଦିନ ମଧ୍ୟରେ ଏହା ତୃତୀୟ ଥର, ଯେବେ ଦେଶରେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଲୋକଙ୍କର ଟିକାକରଣ ହୋଇଛି । ନୂଆ ଆକଳନକୁ ମିଶାଇଲେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୯.୭୨ କୋଟି ଲୋକେ କରୋନା ବିରୋଧରେ ଟିକା ନେଇସାରିଛନ୍ତି । ତେବେ ସୋମବାର ଆକଳନରୁ ଜଣାପଡିଛି ଯେ, ଗୋଟିଏ ଦିନରେ ଭାରତରେ ୧ କୋଟି ୫ ଲକ୍ଷ ୭୬ ହଜାର ୨୯୬ ଟିକା ଦିଆଯାଇଛି । ୬୯.୭୨ କୋଟି ଲୋକଙ୍କ ମଧ୍ୟରୁ ୫୩.୪୩ କୋଟି ଲୋକେ ପ୍ରଥମ ଡୋଜ୍ ନେଇଥିବା ବେଳେ ୧୬.୭୨ କୋଟି ଲୋକ ଉଭୟ ଡୋଜ୍ ନେଇଛନ୍ତି ।

Get real time updates directly on you device, subscribe now.