fbpx

୧ ଲକ୍ଷରୁ ଅଧିକ ନିଯୁକ୍ତି; ନିର୍ବାଚନ ପୂର୍ବରୁ MP ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଉପହାର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟକୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଛତିଶଗଡ ମଧ୍ୟପ୍ରଦେଶକୁ ଉପହାର ଦେବେ । ପିଏମ ମୋଦୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ରିଫାଇନାରୀର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପରେ ସାରା ରାଜ୍ୟରେ ୧୦ ଟି ନୂତନ ଶିଳ୍ପ ପ୍ରକଳ୍ପ ସାମିଲ । ୪୯ ହଜାର କୋଟି ଟଙ୍କା ନିବେଶରେ ନିର୍ମାଣ ହେବାକୁ ଥିବା ପେଟ୍ରୋକେମିକାଲ୍ କମ୍ପେ୍ଲକ୍ସ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବ ।

ବିପିସିଏଲ କହିଛି ଯେ, ଏହି ପ୍ରକଳ୍ପ ଯୋଗୁଁ ଅଞ୍ଚଳରେ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ ମିଳିବ । ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୧୫ ହଜାର ଲୋକ ନିଯୁକ୍ତି ପାଇବେ । ଏହା ପ୍ରସ୍ତୁତ ହୋଇଗଲେ, ଏକ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପରେ ପ୍ରାୟ ୧୨୦୦ କେଟିପିଏ (ବାର୍ଷିକ କିଲୋ-ଟନ୍) ଇଥିଲିନ୍ ଏବଂ ପ୍ରୋପିଲିନ୍ ଉତ୍ପାଦନ ହେବ, ଯାହା ଟେକ୍ସଟାଇଲ୍, ପ୍ୟାକେଜିଂ, ଫାର୍ମା ଭଳି ବିଭିନ୍ନ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଏହାଦ୍ୱାରା ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ହ୍ରାସ ପାଇବ ।

ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନର୍ମଦାପୁରମ୍ ଜିଲ୍ଲାର ଅନ୍ୟ ୧୦ ଟି ପ୍ରକଳ୍ପ, ଇନ୍ଦୋର ଜିଲ୍ଲାର ଦୁଇଟି ଆଇଟି ପାର୍କ, ରତଲାମ ଜିଲ୍ଲାର ଗୋଟିଏ ଇଣ୍ଡଷ୍ଟ୍ରିଆଲ୍ ପାର୍କ ଏବଂ ସାରା ରାଜ୍ୟରେ ୬ଟି ନୂତନ ଶିଳ୍ପ କ୍ଷେତ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହି ନୂତନ ଶିଳ୍ପାଞ୍ଚଳ ଶାଜାପୁର, ଗୁନା, ମାଉଗଞ୍ଜ, ଅଗ୍ରମଲୱା, ନର୍ମଦାପୁରମ୍ ଏବଂ ମାକ୍ସିରେ ପ୍ରତିଷ୍ଠା ହେବ । ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ବିମାରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜ ନିବେଶର ଉପହାର ଦେଉଛନ୍ତି ମୋଦୀ । ଏହା ଅଞ୍ଚଳର ବିକାଶକୁ ବୃଦ୍ଧି କରିବ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ମଧ୍ୟପ୍ରଦେଶ ପରେ ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡର ରାୟଗଡକୁ ଯିବେ, ଯେଉଁଠାରେ ସେ ୬,୩୫୦ କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପ ଆରମ୍ଭ କରିବେ । ୯ ଟି ଜିଲ୍ଲାରେ ସ୍ୱାସ୍ଥ୍ୟକେନ୍ଦ୍ରର ମୂଳଦୁଆ ପକାଇବେ । ଏହା ବ୍ୟତୀତ ଏକ ଲକ୍ଷ ‘ସିକଲ ସେଲ୍ କାଉନସେଲିଂ କାର୍ଡ’ ମଧ୍ୟ ବଣ୍ଟନ କରାଯିବ ।

Get real time updates directly on you device, subscribe now.