ନୂଆଦିଲ୍ଲୀ: ଗୁରୁବାର ୟୁରୋପରେ ହୋଇଥିବା ବନ୍ୟାରେ ୩୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ଆଶା କରାଯାଉଛି । ଜର୍ମାନୀ ଏବଂ ବେଲଜିୟମରେ ପ୍ରଳୟଙ୍କରୀ ବନ୍ୟା ଫଳରେ ଗୁରୁବାର ୩୦ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ।
ୟୁରୋପରେ ବିଗତ କିଛି ଦିନ ଧରି ଦେଖା ଦେଇଥିବା ଝଡ କାରଣରୁ ସମସ୍ତ ନଦୀରେ ବନ୍ୟା ଆସିଛି । ଜୁଆର କାରଣରୁ କିଛି ଘର ସମ୍ପୂର୍ଣ୍ଣ ଧୋଇ ଯାଇଥିବା ବେଳେ ଶତାଧିକ କାର ଓ ବାଇକ ମଧ୍ୟ ଭାସି ଯାଇଛି । ଆହ୍ୱେଲିଅରରେ କେବଳ ୧୮ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୭୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ବନ୍ୟା ପ୍ରପୀଡିତ ଅଞ୍ଚଳରେ ମୋବାଇଲ ଏବଂ ଇଣ୍ଟରନେଟ ସେବା ବନ୍ଦ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ୨୦୦ରୁ ଅଧିକ ଯବାନ ନିୟୋଜିତ ଅଛନ୍ତି ।