fbpx

ଭାରତୀୟଙ୍କ ଉପରେ ଟ୍ୱିଟରର କଡା କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ୫୪ ହଜାରରୁ ଅଧିକ ଆକାଉଣ୍ଟ

ନୂଆଦିଲ୍ଲୀ: ଟ୍ୱିଟରକୁ କିଣି ସାରିବା ପରେ ଏବେ ଜବରଦସ୍ତ ଆକ୍ସନରେ ଅଛନ୍ତି ଏଲନ ମସ୍କ । ଏବେ ଟ୍ୱିଟର ଉପରେ ସେ ଗୋଟିଏ ପରେ ଗୋଟିଏ ବଡ କାର୍ଯ୍ୟନୁଷ୍ଠାନ ନେଉଛନ୍ତି । କର୍ମଚାରୀଙ୍କ ସହ ବିଭିନ୍ନ ଆକାଉଣ୍ଟକୁ ନେଇ ସେ ବଡ ବଡ ପଦକ୍ଷେପ ନେଉଥିବାର ଦେଖାଯାଉଛି । ପ୍ରଥମେ ଟ୍ୱିଟରର ସିଇଓ ପରାଗ ଅଗ୍ରୱାଲଙ୍କ ଛଟେଇ ପରେ ଏବେ ଆଉ ଏକ କାର୍ଯ୍ୟନୁଷ୍ଠାନ ନେଇଛନ୍ତି ଏଲନ ମସ୍କ । ଭାରତର ୫୨ ହଜାରରୁ ଅଧିକ ଟ୍ୱିଟର ଆକାଉଣ୍ଟକୁ ବ୍ୟାନ କରାଯାଇଛି । ଏ ନେଇ ଟ୍ୱିଟରର ମାସିକ ରିପୋର୍ଟରୁ ଜଣାଯାଇଛି ।

ସୂଚନା ଅନୁସାରେ, ଭାରତରେ ମୋଟ ୫୨ ହଜାର ୧୪୧ ଟ୍ୱିଟର ଆକାଉଣ୍ଟ ଉପରେ ବ୍ୟାନ ଆଦେଶ ଜାରି କରିଛି କମ୍ପାନୀ । ଏହି ଆକାଉଣ୍ଟ ଗୁଡିକୁ ଅଗଷ୍ଟ ୨୬ ତାରିଖରୁ ସେପ୍ଟେମ୍ବର ୨୫ ତାରିଖ ମଧ୍ୟରେ ବନ୍ଦ କରାଯାଇଥିବା ସୂଚନା ମିଳିଛି । ଶିଶୁ ଯୌନ ଶୋଷଣ, ବିନା ଅନୁମତିରେ ନଗ୍ନତା ଏବଂ ଏହିପରି ବିଷୟବସ୍ତୁକୁ ପ୍ରୋତ୍ସାହନ ଦେଉଥିବା କାରଣରୁ ଏହି ଆକାଉଣ୍ଟ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଛି ଟ୍ୱିଟର । ତେବେ ଏଲନ ମସ୍କ ଦାୟିତ୍ୱ ନେବା ପରେ ଟ୍ୱିଟର ୧୯୮୨ ଆକାଉଣ୍ଟ ବ୍ୟାନ କରିଥିବା ରେକର୍ଡରୁ ଜଣାଯାଇଛି ।

ପ୍ରକାଶ ଥାଉ କି, ଲୋକପ୍ରିୟ ମେସେଜିଙ୍ଗ ଆପ ହ୍ୱାଟ୍ସଆପରେ ମଧ୍ୟ ଏହି ନିୟମରେ ଅନେକ ଆକାଉଣ୍ଟ ବ୍ୟାନ କରାଯାଉଛି । ମସ୍କ ଏବଂ ଟ୍ୱିଟରର ଡିଲ ଶେଷ ହୋଇସାରିଛି । ତେଣୁ ଏବେ କମ୍ପାନୀର ଲାଭ ଏବଂ ଅଧିକ ରୋଜଗାର ପାଇଁ ନୂଆ ନୂଆ ଉପାୟ ଖୋଜୁଛନ୍ତି ଏଲନ ମସ୍କ । ନୂଆ ନିୟମ ଅନୁସାରେ, ଟ୍ୱିଟରରେ ବ୍ଲୁ ଟିକ୍ ପାଇବା ପାଇଁ ୟୁଜରଙ୍କୁ ୭୦୦ ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ ହୋଇପଡିଛି ।

Get real time updates directly on you device, subscribe now.