fbpx

କଙ୍ଗୋରେ ବଡ଼ ଅଘଟଣ, ନଦୀରେ ଡଙ୍ଗା ବୁଡ଼ିଯିବାରୁ ପ୍ରାଣ ହରାଇଲେ ୮୦ ରୁ ଅଧିକ ଲୋକ

ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକାରେ ସ୍ଥିତ କଙ୍ଗୋର ରାଜଧାନୀ କିନ୍ସାସା ନିକଟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ୨୭୦ ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନଦୀରେ ବୁଡ଼ି ଯାଇଛି । ଏହି ଦୁର୍ଘଟଣାରେ ୮୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଦେଶର ରାଷ୍ଟ୍ରପତି ଫେଲିକ୍ସ ତ୍ସେଶେକେଦି ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ବିବୃତ୍ତିରେ କୁହାଯାଇଛି ଯେ ମାଇ-ନଡୋମ୍ବ ପ୍ରଦେଶର କ୍ୱା ନଦୀରେ ଏକ ଡଙ୍ଗା ବୁଡ଼ିଯିବା ପରେ ଲୋକମାନେ ମୃତ୍ୟୁ ବରଣ କରିଛନ୍ତି । ଡଙ୍ଗାରେ ୧୦୦ ରୁ ଅଧିକ ଲୋକ ଥିଲେ ।

ଏଥିସହ କେଉଁ କାରଣରୁ ଏହି ଡଙ୍ଗା ବୁଡ଼ି ଘଟଣା ଘଟିଲା, ତାହାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ମାଇନଡୋମ୍ବେ ପ୍ରଦେଶର ଗଭର୍ଣ୍ଣର ରିଟା ବୋଲା ଡୁଲା କହିଛନ୍ତି, କ୍ଷମତାଠାରୁ ଅଧିକ ଲୋକ ଡଙ୍ଗାରେ ଯାତ୍ରା କରିବା ଯୋଗୁ ଏଭଳି ଘଟଣା ଘଟିଛି । ଯେତେ ବାରଣ କରାଗଲେ ବି ଦେଶରେ ଏହା ବାରମ୍ବାର ଘଟୁଛି । କଙ୍ଗୋ ଗଣରାଜ୍ୟରେ ଅଧିକାଂଶ ଜଙ୍ଗଲ ଥିବା ବେଳେ ସଡ଼କ ସଂଯୋଗ ବ୍ୟବସ୍ଥା ଅତ୍ୟନ୍ତ ଖରାପ । ତେଣୁ ଲୋକମାନେ ଡଙ୍ଗାରେ ଯାତ୍ରା କରିଥାନ୍ତି ।

Get real time updates directly on you device, subscribe now.