fbpx

ଛଅଟି ବ୍ୟାଙ୍କ ପକ୍ଷରୁ ଲାଗୁ ହେଲା ନିୟମ: ସ୍ଥାୟୀ ଜମା ଉପରେ ଗ୍ରାହକଙ୍କୁ ମିଳୁଛି ୯ ପ୍ରତିଶତରୁ ଅଧିକ ସୁଧ

Advertisement

ନୂଆଦିଲ୍ଲୀ: ଆଜିର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ସେଥିପାଇଁ ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶ ସନ୍ଧାନରେ ରହିଥାନ୍ତି । ତେବେ ଆଜିର ସମୟରେ ବ୍ୟାଙ୍କ ସ୍ଥାୟୀ ଜମା ବା ଫିକ୍ସଡ ଡିପୋଜିଟ (ଏଫଡି) ନିବେଶର ଏକ ବଢ଼ିଆ ବିକଳ୍ପ । ଗ୍ରାହକମାନେ ଏଫଡିରେ ନିବେଶ କରି ୯ ପ୍ରତିଶତରୁ ଅଧିକ ସୁଧ ପାଇ ପାରିବେ । ଅଧିକ ସୁଧ ପ୍ରଦାନ କରୁଥିବା ବ୍ୟାଙ୍କଗୁଡ଼ିକ ବିଷୟରେ ଗ୍ରାହକମାନେ ଜାଣିବା ନିହାତି ଆବଶ୍ୟକ ।

୧- ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ୩.୬୦ରୁ ୯.୨୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି ।  ୭୫୦ ଦିନରେ ମାଚ୍ୟୁର ହେବାକୁ ଥିବା ଏଫଡି ଉପରେ ସର୍ବାଧିକ ୯.୨୧ ପ୍ରତିଶତ ସୁଧ ମିଳୁଛି । ଗତ ବର୍ଷ ଅକ୍ଟୋବର ୨୮ରୁ ଏହା ଲାଗୁ ହୋଇଛି ।

୨- ଜନ୍ମ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୭ ଦିନରୁ ୧୦ ବର୍ଷଆ ସ୍ଥାୟୀ ଜମା ଉପରେ ୩.୫୦ରୁ ୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି । ୩୬୫ ଦିନରେ ମାଚ୍ୟୁର ହେବାକୁ ଥିବା ଏଫଡିରେ ସର୍ବାଧିକ ୯ ପ୍ରତିଶତ ସୁଧ ମିଳୁଛି । ଗତ ଜାନୁଆରୀ ୨ରୁ ଏହା ଲାଗୁ ହୋଇଛି ।

୩- ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ୭ ଦିନରୁ ୧୦ ବର୍ଷିଆ ସ୍ଥାୟୀ ଜମା ଉପରେ ବରିଷ୍ଠ ନାଗରିକଙ୍କୁ ୪.୫୦ରୁ ୯.୧୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି । ଦୁଇ ବର୍ଷ ଦୁଇଦିନରେ ମାଚ୍ୟୁର ହେବାକୁ ଥିବା ଏଫଡି ଉପରେ ସର୍ବାଧିକ ୯.୧୦ ପ୍ରତିଶତ ସୁଧ ଦିଆଯାଇଥାଏ । ଗତବର୍ଷ ଡିସେମ୍ବର ୨୨ରୁ ଏହା ଲାଗୁ ହୋଇଛି ।

୪- ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୭ ଦିନରୁ ୧୦ ବର୍ଷିଆ ଏଫଡି ଉପରେ ୪.୫୦ରୁ ୯.୫୦ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ୧୦୦୧ ଦିନରେ ମାଚ୍ୟୁର ହେବାକୁ ଥିବା ଏଫଡି ଉପରେ ସର୍ବାଧିକ ୯.୫୦ ପ୍ରତିଶତ ସୁଧ ମିଳୁଛି । ଗତ ମାସ ୨ ତାରିଖରୁ ଏହା ଲାଗୁ ହୋଇଛି ।

୫- ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୭ ଦିନରୁ ୧୦ ବର୍ଷିଆ ଏଫଡି ଉପରେ ୪.୬୦ରୁ ୯.୧୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ୨-୩ ବର୍ଷ ଅବଧି ବିଶିଷ୍ଟ ଜମା ଉପରେ ଏହି ସୁଧ ମିଳୁଛି । ଗତବର୍ଷ ଅଗଷ୍ଟ ୨୩ରୁ ଏହା ଲାଗୁ ହୋଇଛି ।

୬- ଇକ୍ୱିଟାସ ସ୍ମଲ ଫାଇନାନ୍ସ ବ୍ୟାଙ୍କ: ଏହି ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୭ ଦିନରୁ ୧୦ ବର୍ଷିଆ ଅବଧି ବିଶିଷ୍ଟ ଏଫଡିରେ ୪ରୁ ୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ୪୪୪ ଦିନରେ ମାଚ୍ୟୁର ହେବାବକୁ ଥିବା ଏଫଡିରେ ସର୍ବାଧିକ ୯ ପ୍ରତିଶତ ସୁଧ ମିଳୁଛି । ଗତ ବର୍ଷ ଅଗଷ୍ଟ ୨୩ରୁ ଏହା ଲାଗୁ ହୋଇଛି ।

Get real time updates directly on you device, subscribe now.