fbpx

ସତ୍ୟନାରାୟଣଙ୍କ ପ୍ରସାଦ ପାଲଟିଲା ବିଷ: ଝାଡ଼ା ଓ ବାନ୍ତିରେ ଆକ୍ରାନ୍ତ ହେଲେ ୩୦ରୁ ଅଧିକ ଲୋକ

Advertisement

ନୂଆଦିଲ୍ଲୀ: ଆମେମାନେ ଦୈନନ୍ଦିନ ଜୀବନରେ ସେବନକୁ କରୁଥିବା ଖାଦ୍ୟକୁ ନେଇ ଅଧିକ ସତର୍କ ରହିବା ଜରୁରୀ । ବିଭିନ୍ନ ଛକ, ବଜାରମାନଙ୍କରେ ଥିବା ଅନେକ ହୋଟଲରେ ବଳକା ଖାଦ୍ୟ, ଦୂଷିତ ତେଲରେ ମିଲ୍ସ ପ୍ରସ୍ତୁତ ହୋଇଥାଏ । ଉକ୍ତ ଖାଦ୍ୟ ଖାଇ ଅନେକ ଲୋକ ରୋଗାକ୍ରାନ୍ତ ହୋଇଥାନ୍ତି । ଏପରିକି ମନ୍ଦିରର ପ୍ରସାଦ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଦେବାଦେବୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ପ୍ରସାଦ ଖାଇ ୩୦ ଜଣ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଖଗଡ଼ିଆ ଜିଲ୍ଲାରେ । ସତ୍ୟନାରାୟଣଙ୍କ ପୂଜାର ପ୍ରସାଦ ଖାଇବା ପରେ ହଠାତ୍ ୩୦ରୁ ଅଧିକ ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ତେଣୁ ସଙ୍ଗେସଙ୍ଗେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁ ରହିଛନ୍ତି । ଫୁଡ୍ ପଏଜନିଂ କାରଣରୁ ଏପରି ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାର ଡିଏମ ଡାକ୍ତର ଆଲୋକ ରଞ୍ଜନ ଘୋଷ ।

ସୂଚନା ମୁତାବକ, ସୈଦପୁର ଗ୍ରାମର ୱାର୍ଡ ନମ୍ବର ୧୧ରେ ଜଣେ ବ୍ୟକ୍ତିଙ୍କ ଘରେ ସତ୍ୟନାରାୟଣ ପୂଜାର ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ କିଛି ଲୋକ ସାମିଲ ହୋଇଥିଲେ । ପୂଜା ପରେ ଲୋକମାନେ ପ୍ରସାଦ ସେବନ କରିଥିଲେ । ଏହାପରେ ପ୍ରସାଦ ସେବନ କରିଥିବା ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଫଳରେ ସେମାନଙ୍କୁ ୩ଟି ଆମ୍ବୁଲାନ୍ସରେ ହସ୍ପିଟାଲ ନିଆଯାଇଥିଲା । ମୋଟ ୩୦ରୁ ୩୨ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ରୁ ୨୮ ଜଣଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶ ରୋଗୀଙ୍କର ଝାଡ଼ା ଓ ବାନ୍ତି ହେଉଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଡିଏମ୍ କହିଛନ୍ତି ।

Get real time updates directly on you device, subscribe now.