Breaking: ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ଚାଉଳ, କେଉଁଠି କେତେ ରାସନ କାର୍ଡ ଭୂତ ଜାଣନ୍ତୁ
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଚିନ୍ତାଜନକ ଉତ୍ତର । ରାଜ୍ୟରେ 3 ଲକ୍ଷରୁ ଅଧିକ ରାସନ କାର୍ଡ ଭୂତ ।
ଭୁବନେଶ୍ବର: ଭୂତ ଖାଉଥିଲେ ରାସନ କାର୍ଡ । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ରାସନ ।
କେନ୍ଦୁଝରରେ ଅଧିକ ମୃତ ବ୍ୟକ୍ତି ରାସନ ଚାଉଳ ଉଠାଉଥିଲେ- ସୂଚନା ଅନୁସାରେ, ଇକେଓ୍ବାସି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କେତେ ଜଣ କରିଛନ୍ତି ସେନେଇ ପ୍ରଶ୍ନ କରିଥିଲେ ଗଣେଶ୍ବର ବେହେରା । ଏହାର ଉତ୍ତର ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କେନ୍ଦୁଝରରେ ସର୍ବାଧିକ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଉଠିଥିବା କଥା କୁହାଯାଉଛି ।
ମନ୍ତ୍ରୀ ରଖିଲେ ଆଶ୍ଚର୍ଯ୍ୟଜନକ ଉତ୍ତର- 35 ହଜାର 550ଜଣ ମୃତ ବ୍ୟକ୍ତି ରାସନ କାର୍ଡ ହାତେଇଥିଲେ । ଗଞ୍ଜାମରେ 25 ହଜାର 789, ମୟୂରଭଞ୍ଜରେ 23 ହଜାର 799, ରାୟଗଡାରେ 22ହଜାର 411ଜଣ ମୃତ ବ୍ୟକ୍ତି ରାସନ ଚାଉଳ ଉଠାଉଥିବା କହିଛନ୍ତି ମନ୍ତ୍ରୀ ।
ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୫୦ ହଜାର ୮୨୦ ଜଣ ପିଡିଏସ୍ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି । ମନ୍ତ୍ରୀଙ୍କ କହିବା ଅନୁସାରେ, ୨ କୋଟି ୯୮ ଲକ୍ଷ ୧୪ ହଜାର ୯୨୧ ପିଡିଏସ୍ ହିତାଧିକାରୀ ଓଡ଼ିଶା ଭିତରେ ଥାଇ ଏବଂ ୧ ଲକ୍ଷ ୩୫ ହଜାର ୮୯୯ ପିଡିଏସ୍ ହିତାଧିକାରୀ ଓଡ଼ିଶା ବାହାରେ ଥାଇ ନିଜ ଇ-କେଓ୍ୱାଇସି କରାଇଛନ୍ତି ।
ଅନ୍ୟପଟେ ରାଜ୍ୟରେ ଇ-କେଓ୍ୱାଇସି ଯାଞ୍ଚ ସମୟରେ ୧୬ ହଜାର ୧୮୪ ଜଣ ଅଯୋଗ୍ୟ ପରିବାର ରାସନ କାର୍ଡ ହାତେଇଥିବା ନେଇ ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।