Breaking: ଖୁବଶୀଘ୍ର ସକାଳୁଆ ସ୍କୁଲ, ଖରାକୁ ଦୃଷ୍ଟିରେ ରଖି ନିଆଯିବ ନିଷ୍ପତ୍ତି

ହୁତୁହୁତୁ ହୋଇ ଜଳୁଛି ରାଜ୍ୟ। ଗରମ କଡେଇରେ ସିଝିଲା ପରି ଖରା ହେଉଛି। ତେଣୁ ଖୁବଶୀଘ୍ର ସକାଳୁଆ ସ୍କୁଲ ହୋଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଭୁବନେଶ୍ୱର: ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ। ରାଜ୍ୟରେ ବଢୁଥିବା ଖରାକୁ ଦୃଷ୍ଟିରେ ରଖି ନିଆଯାଇପାରେ ନିଷ୍ପତ୍ତି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯାଇପାରେ।

ଆଗକୁ ସ୍ଥିତି କ’ଣ ହେବ ତା ଉପରେ ନଜର ରହିଛି। ତାତିର ପ୍ରକୋପକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ଘୋଷଣା କରାଯିବ। ଏମିତିରେ ପ୍ରତିବର୍ଷ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ କରିବା ନେଇ ନିଷ୍ପତ୍ତି ନେଇଥାନ୍ତି। ହେଲେ ସେସବୁ ଏପ୍ରିଲ-ମେଁ ମାସ ବେଳକୁ।

ହେଲେ ଏବେ ମାର୍ଚ୍ଚ ମାସ ଆରମ୍ଭରୁ ଖରା ଯେଉଁଭଳି ତାଉ ଦେଖାଇଲାଣି। ତେଣୁ ଛୋଟଛୋଟ ପିଲାମାନଙ୍କୁ ଏଥିରୁ ବଞ୍ଚାଇବା ପାଇଁ ସରକାର ଖୁବଶୀଘ୍ର ସକାଳୁଆ ସ୍କୁଲ ପାଇଁ ନିଷ୍ପତ୍ତି ନେଇପାରନ୍ତି। ଏମିତିରେ ମାର୍ଚ୍ଚ ମାସ ଆରମ୍ଭ ନ ହେଉଣୁ ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି ଗ୍ରୀଷ୍ମ ପ୍ରବାହ।

ଏପ୍ରିଲ ମେଁ ଠାରୁ ବି ଅଧିକ ଖରା ମାର୍ଚ୍ଚ ମାସରେ ଅନୁଭୂତ ହେଲାଣି। ଏପରି ମନେ ହେଉଛି ରାଜ୍ୟ ଏବେ ତତଲା କଡେଇରେ ସିଝୁଛି। ଠିକ୍ ସେହିପରି ଏବେଠାରୁ ୪୧ ଡିଗ୍ରି ୪୨ ଡିଗ୍ରୀ ପାରଦ ଛୁଇଁଲାଣି। ତେଣି ଖରାକୁ ଦୃଷ୍ଟିରେ ରଖି ସରକାର ସକାଳୁଆ ଛୁଟି ଘୋଷଣା କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।