fbpx

ବଡ଼ ଖବର: ଯେଉଁଆଡେ ଚାହିଁବେ ଖାଲି ଶବ ହିଁ ଶବ…୧୦୦୦କୁ ଟପିଲା ମୃତ୍ୟୁସଂଖ୍ୟା, ୧,୨୦୪ରେ ପହଞ୍ଚିଲା ଆହତଙ୍କ ସଂଖ୍ୟା

ଓଡିଶା ଭାସ୍କର; ଭୂକମ୍ପ ସାଜିଛି ଶବ’ର ପାହାଡ଼ । ଯେଉଁଆଡେ ଚାହିଁବେ ଖାଲି ଶବ ହିଁ ଶବ । ଦୀର୍ଘ ୬୦ବର୍ଷ ଭିତରେ ସବୁଠୁ ବଡ ଭୂମିକମ୍ପ ଝଟକାରେ ଥରି ଉଠିଛି ଆଫ୍ରିକାର ଦେଶର ମରକ୍କୋ ସହର। ଶୁକ୍ରବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ଏଭଳି ପ୍ରକୃତିର ଏକ କରାଳ ରୂପ । ଯାହାକୁ ନେଇ ଆଜି ମୃତ୍ୟୁସଂଖ୍ୟା ୧୦୦୦କୁ ଟପିଛି ଓ ଆହତଙ୍କ ସଂଖ୍ୟା ୧୨୦୦କୁ ବୃଦ୍ଧି ପାଇଛି ।

ଏବେ ବି ଭଙ୍ଗା କୋଠାର ଆବର୍ଜନା ତଳେ ଚାପି ହୋଇ ରହିଛନ୍ତି ନିରୀହ ମଣିଷ । ନିଜ ନିଜର ବନ୍ଧୁ ଓ ପରିଜନଙ୍କୁ ଖୋଜିବାରେ ଲାଗିଛନ୍ତି ମରକ୍କୋ ବାସିନ୍ଦା । ଏହି ଭୟଙ୍କର ଭୂକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୬.୮ ହୋଇଥିବା ସୂଚନା ମିଳିଛି । ମୋରୋକୋର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ମୃତକଙ୍କ ସଂଖ୍ୟା ୧,୦୩୪ ପହଞ୍ଚିଛି । ସେହିପରି ଆହତଙ୍କ ସଂଖ୍ୟା ୧,୨୦୪କୁ ଟପିଛି । ଏହି ଆହତଙ୍କ ମଧ୍ୟରେ ୭୦୦ରୁ ଅଧିକ ଗୁରୁତର ରହିଛନ୍ତି ବୋଲି ଜଣାପଡିଛି ।

Get real time updates directly on you device, subscribe now.