(Video) ଏମିତି ହୃଦୟ ଥିବା ମାଲିକକୁ ଦେଖିନଥିବେ, ଗାଈଙ୍କୁ ମଶା କାମୁଡୁଥିଲା, ଟାଙ୍ଗିଦେଲେ ମଶାରୀ
ଗାଈଙ୍କୁ କାମୁଡୁଥିଲା ମଶା, ମଶାରି ଦେଲେ ମାଲିକ
ନୂଆଦିଲ୍ଲୀ: ଭାରତରେ ଗାଈଙ୍କୁ ମାଆ ବୋଲି ବିବେଚନା କରାଯାଇଥାଏ। ଗାଈକୁ ନେଇ ଭାରତର ଲୋକେ ଖୁବ ସମ୍ବେଦନଶୀଳ। ଗାଈଙ୍କୁ ଦେବୀ ମାଆ ରୂପେ ପୂଜା କରାଯାଇଥାଏ।
ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କର ଗାଈକୁ ଖୁବ ମଶା ଖାଉଛନ୍ତି। ଏହାକୁ ଦେଖି ସେ ସବୁ ଗାଈଙ୍କ ପାଇଁ ମଶାରୀ ଦେଇଛନ୍ତି।
ଗାଈଙ୍କୁ ମଶାଠାରୁ ଦୂରେଇବା ପାଇଁ କଲେ ବ୍ୟବସ୍ଥା: ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଗୋଶାଳାରେ କିଛି ଗାଈ ଠିଆ ହୋଇଛନ୍ତି। ହେଲେ ଏହି ଭିଡିଓରେ କାସ କଥା ଏହା ଯେ, ପ୍ରତ୍ୟେକ ଗାଈଙ୍କ ଚାରିପାଖରେ ମଶାରୀ ଟଣା ହୋଇଛି।
ଯେଉଁଥିରେ ଗାଈଙ୍କୁ ମଶା କାମୁଡିବେ ନାହିଁ। ସାଧାରଣତଃ ଖରାଦିନେ ଅଧିକ ମଶା ହୁଅନ୍ତି। ଏହି ମଶା ଯେପରି କାମୁଡିବନି ଗାଈଙ୍କୁ, ତା’ର ବ୍ୟବସ୍ଥା କରିଛନ୍ତି ମାଲିକ।
View this post on Instagram
ଏହି ଭିଡିଓଟି @foofaji ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଭିଡିଓରେ ଖୁବ ଲାଇକ୍ସ ଏବଂ କମେଣ୍ଟ ବର୍ଷା ହେଉଛି। ଏହି ଭିଡିଓଟି ଲୋକଙ୍କୁ ଖୁବ ପସନ୍ଦ ଆସିବା ସହ ଲୋକେ ମାଲିକଙ୍କର ଖୁବ ଜୋରରେ ପ୍ରଶଂସା କରୁଛନ୍ତି।