fbpx

ଏହି ସ୍ଥାନରେ ରହିଛି ବିଶ୍ୱର ସବୁଠାରୁ ମହଙ୍ଗା ସ୍କୁଲ: ଜାଣନ୍ତୁ ସେଠାରେ ପଢ଼ିବାକୁ ହେଲେ ବାର୍ଷିକ କେତେ ଫିସ୍ ନିଆଯାଏ

Advertisement

ନୂଆଦିଲ୍ଲୀ: ଆଜିକାଲି ପିଲାମାନଙ୍କୁ ଭଲ ସ୍କୁଲରେ ପାଠ ପଢ଼ାଇବା ବହୁତ କଷ୍ଟକର ବ୍ୟାପାର । କାରଣ ପ୍ରାଇଭେଟ ସ୍କୁଲମାନଙ୍କରେ ଦିନକୁ ଦିନ କୋର୍ସ ଫି’ ବଢ଼ିବାରେ ଲାଗିଛି । ଆପଣମାନେ ନିଜ ଅଞ୍ଚଳର ସ୍କୁଲମାନଙ୍କର ଫିସ୍ ବିଷୟରେ ଜାଣିଥିବେ । ତେବେ ଦୁନିଆର ସବୁଠାରୁ ମହଙ୍ଗା ସ୍କୁଲ କେଉଁଠି ଅଛି ସେ ବିଷୟରେ ଜାଣିଛନ୍ତି କି? ଏ ବିଶ୍ୱରେ ଏଭଳି ସ୍କୁଲ ରହିଛି, ଯେଉଁଠି ପିଲାମାନଙ୍କୁ ପଢ଼ାଇବାକୁ ହେଲେ ବାର୍ଷିକ ୯୮ ଲକ୍ଷ ଅର୍ଥାତ ପାଖାପାଖି ୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଥରେ ଭାବନ୍ତୁ, ଆପଣ ଯଦି ମୋଟା ଅଙ୍କର ଅର୍ଥ ରୋଜଗାର ନକରିବେ, ତେବେ ପିଲାମାନଙ୍କୁ ଏପରି ସ୍କୁଲରେ କିପରି ପଢ଼ାଇବେ?

ଏପରି ହାଇ ଷ୍ଟାଟସର କିଛି ସ୍କୁଲ ସ୍ୱିଜରଲ୍ୟାଣ୍ଡ ପ୍ରତିଷ୍ଠା ହୋଇଛି । ୟୁରୋପରେ ୧୦ଟି ଏପରି ସ୍କୁଲ ରହିଛି, ଯେଉଁଠାରେ ବାର୍ଷିକ ଫିସ୍ ୫୬ ଲକ୍ଷରୁ ଅଧିକ ପଡ଼ିଥାଏ । ସେଠାରେ ଥିବା ଇନଷ୍ଟିଚ୍ୟୁଟ ଲେ ରେସେ ନାମକ ଏକ ସ୍କୁଲକୁ ସବୁଠାରୁ ମହଙ୍ଗା ସ୍କୁଲ ଭାବେ ଗଣାଯାଇଥାଏ । ଉକ୍ତ ସ୍କୁଲରେ ସ୍ପେନ, ଇଜିପ୍ଟ, ବେଲଜିୟମ, ଇରାନ ଗ୍ରୀନର ରାଜା ମହାରାଜାମାନେ ଅଧ୍ୟୟନ କରିଥିବା କୁହାଯାଉଛି ।

ଇନଷ୍ଟଚ୍ୟୁଟ ଅଫ୍ ଲେ ରୋସେ ପରି ମହଙ୍ଗା ସ୍କୁଲରେ ୟୁରୋପର ସମସ୍ତ ଧନୀ ପରିବାରର ସନ୍ତାନମାନେ ପାଠ ପଢ଼ନ୍ତି । ସେଠାକାର ପାଠପଢ଼ା ଫିସ୍ ଏତେ ଅଧିକ ଯେ ସାଧାରଣ ଲୋକଟିଏ ତା’ର ଛୁଆକୁ ସେଠାରେ ପଢ଼ାଇବାକୁ ସ୍ୱପ୍ନ ବି ଦେଖିବ ନାହିଁ । ୧୮୮୦ ମସିହାରେ ପଲ୍ କର୍ଣ୍ଣନ ଉକ୍ତ ସ୍କୁଲର ସ୍ଥାପନ କରିଥିଲେ । ଏକମାତ୍ର ବୋର୍ଡିଂ ସ୍କୁଲ ଭାବେ ସେଠାରେ ଦୁଇଟି କ୍ୟାମ୍ପସ୍ ରହିଛି । ଯେଉଁଥିରେ କି ଟେନିସ୍ କୋର୍ଟ, ଶୁଟିଂ ରେଞ୍ଜ, ଏକେଷ୍ଟ୍ରେନ ସେଣ୍ଟର, କନସର୍ଟ ହଲ୍ ଆଦି ରହିଛି । ସେଠାରେ ୪୨୦ ଛାତ୍ର ପଢ଼ିବା ସହ ୧୫୦ ଶିକ୍ଷକ ରହିଛନ୍ତି । ଗୋଟିଏ କ୍ଲାସରେ ୧୦ ଜଣରୁ କମ୍ ଛାତ୍ର ବସିଥାନ୍ତି । ସେଠାକାର ଶିକ୍ଷକଙ୍କର ପିଲାଙ୍କ ପାଇଁ ୩୦ଟି ସିଟ୍ ସଂରକ୍ଷିତ ରହିଥାଏ । ଉକ୍ତ ସ୍କୁଲରେ ଆଡମିଶନ କରିବା ପାଇଁ ବୟସ ୭ରୁ ୧୮ ମଧ୍ୟରେ ହୋଇଥିବା ଦରକାର ।

Get real time updates directly on you device, subscribe now.