fbpx
BSKY SKY
BSKY SKY

ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲ୍ଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ

BSKY

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଭୟ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ ହେଉଛନ୍ତି । ଆଇସିଏମଆର ପକ୍ଷରୁ କରାଯାଇଥିବା ସର୍ଭେରେ ଡେଲଟା ଅଧିକ ପ୍ରଭାବୀ ବୋଲି ସ୍ପଷ୍ଟ ହୋଇଛି ।

ଏଥିପାଇଁ ୧୭ ଟି ରାଜ୍ୟରୁ ନିଆଯାଇଥିବା ୬୭୭ ସାମ୍ପଲ ପରୀକ୍ଷଣରୁ ସ୍ପଷ୍ଟ କରିଛି ଆଇସିଏମଆର । ୬୭୭ ସାମ୍ପଲରେ ଗୋଟିଏ ଡୋଜ୍ ବା ଉଭୟ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କୁ ନେଇ ସର୍ଭେ ହୋଇଥିଲା । ୬୭୭ ମଧ୍ୟରୁ ୮୭ ପ୍ରତିଶତ ଡେଲଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ଥିବା ଜଣାପଡିଛି । ସେମାନଙ୍କ ମାତ୍ର ୯.୮% ସଂକ୍ରମିତଙ୍କୁ ହସ୍ପିଟାଲରେ ଆଡମିଶନ କରାଯାଇଥିବା ବେଳେ ୦.୪% ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ଏହା ବ୍ୟତିତ ଉତ୍ତର ଭାରତରେ ଆଲଫା ଓ ଅନ୍ୟ ଅଞ୍ଚଳରେ ଡେଲଟା ପ୍ରାଦୁର୍ଭାବ ଅଧିକ ରହିଛି । ସଂକ୍ରମିତଙ୍କ ମଧ୍ୟରୁ ୭୧ ଲକ୍ଷଣଯୁକ୍ତ ହୋଇଥିବା ବେଳେ ବାକି ୨୯% ଲକ୍ଷଣହୀନ ହୋଇଥିବା ଜଣାପଡିଛି । ଟିକା ଯୋଗୁଁ ରୋଗୀ ଗୁରୁତର ହେବା ଓ ହସ୍ପିଟାଲ ଯିବା ସଂଖ୍ୟା କମ୍ ରହିଛି । ୬୭୭ ସାମ୍ପଲ ମଧରୁ ୮୫ ପ୍ରଥମ ଡୋଜ୍ ଓ ବାକି ୨ୟ ଡୋଜ ପରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.