ପିଶାଚି ମା’, ପ୍ରେମିକ ସହ ମିଶି ନିଜ ୪ ବର୍ଷର ଝିଅକୁ ହତ୍ୟା କଲା, ଆଲମାରୀରେ ଚାବି ଦେଇ ଫେରାର ହୋଇଗଲା
ମା'ର ଅନୈତିକ କାମରେ ବାଧକ ସାଜୁଥିଲା ଝିଅ।
ରାଜସ୍ଥାନ: ସାମ୍ନାକୁ ଆସିଛି ଛାତି ଥରେଇ ଦେବା ଭଳି ବିଭତ୍ସ ହତ୍ୟାକାଣ୍ଡ। ମା’ ପ୍ରେମରେ ବାଧକ ସାଜିଲା ନିଜ ଜନ୍ମ କଲା ୪ ବର୍ଷର ଝିଅ। ତେଣୁ ପ୍ରେମିକ ସହ ମିଶି ନିଜ ଝିଅର ହତ୍ୟା କରିବା ପରେ ବସ୍ତା ଭିତରେ ଭର୍ତ୍ତି କରି ଆଲମିରାରେ ଚାବି ପକାଇ ପ୍ରେମିକ ସହ ଫେରାର ହୋଇଗଲା ମା’।
ଆଉ ହତ୍ୟା ଷଡ଼ଯନ୍ତ୍ର ଏପରି ରଚାଯାଇଥିଲା କି, କେହି ବି କଳ୍ପନା କରିପାରିବେ ନାହିଁ। କାହିଁକି ନା ମହିଳା ଜଣକ ତାଙ୍କ ପ୍ରେମିକ ସହ ମିଶି ପ୍ରଥମେ ଜୟପୁରରେ ଝିଅକୁ ହତ୍ୟା କଲା। ଆଉ ମୃତଦେହ ଏକ ବସ୍ତାରେ ଭର୍ତ୍ତି କରି ସେଠାରୁ ସୁଦୂର ବାରନର ଏକ ଗାଁକୁ ଆଣି ଭଡ଼ାଘରର ଆଲମାରୀରେ ଚାବି ଦେଇ ଫେରାର ହୋଇଗଲା।
ଝିଅକୁ ମାରିଦେଲା ମା’: ଏହି ମାମଲାଟି ରାଜସ୍ଥାନର ବାରନର ଭନବରଗଡ଼ ଥାନା ଅଞ୍ଚଳର ଜୈତପୁରା ଗାଁର। ରାବନରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ନିଜ ଝିଅକୁ ହତ୍ୟା କରିଥିଲେ।
ଏହା ପରେ ଦୁହେଁ ଫେରାର୍ ହୋଇଯାଇଥିଲେ। ଅଭିଯୁକ୍ତ ଜୟପୁରରେ ହତ୍ୟା କରିଥିଲେ, କିନ୍ତୁ ମୃତଦେହକୁ ବାରନର ଏକ ଗାଁକୁ ଆଣି ଏକ ଆଲମାରିରେ ରଖି ଫେରାର୍ ହୋଇଯାଇଥିଲେ।
ଆଲମାରୀରୁ ମିଳିଲା ମୃତଦେହ: ହେଲେ ଯେତେବେଳେ ଘରୁ ଦୁଃର୍ଗନ୍ଧ ବାହାରିଲା ସେତେବେଳେ ଘର ମାଲିକ ଘରର କବାଟ ଖୋଲି ଆଲମାରି ଖୋଲିଲେ। ସେତେବେଳେ ଆଲମାରୀ ସାରା ରକ୍ତ ଜୁଡୁବୁଡୁ ହୋଇଥିଲା।
ଏବଂ ଏକ ଧଳା ବସ୍ତା ଭିତରେ କିଛି ଥିବା ଭଳି ତାଙ୍କୁ ଲାଗିଲା। ତେଣୁ ସେ ସନ୍ଦେହ କରି ପୋଲିସକୁ ଖବର ଦେଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବସ୍ତା ଖୋଲିବା ବେଳକୁ ସେଥିରୁ ଜଣେ ୪ ବର୍ଷର ଝିଅର ମୃତଦେହ ମିଳିଲା।
ଜେଜେଙ୍କ ଅଭିଯୋଗ: ପରେ ପୋଲିସର ଛାନଭିନରୁ ଜଣା ପଡିଲାକି ମୃତକଙ୍କ ନାଁ ଇଶିକା। ସେ ରୋଶନ ବାଈଙ୍କ ଝିଅ। ରୋଶନ ପୂର୍ବରୁ ବିବାହିତ ଥିଲେ। କିନ୍ତୁ ୭ ମାସ ହେବ ସେ ମହାବୀର ନାମକ ଜଣେ ଯୁବକଙ୍କ ସହ ଲିଭ୍ ଇନରେ ରହୁଥିଲେ।
ହେଲେ କେଉଁ କାରଣ ପାଇଁ ଜଣେ ମା ତା ନିଜ ଶିଶୁକୁ ଏମିତି ନିର୍ମମ ଭାବେ ହତ୍ୟା କଲା ତାହା ଜଣାପଡିନଥିବା ବେଳେ, ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି। ଏବଂ ଫେରାର ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି।